ଓଡ଼ିଶାଲାଇଭ୍ ବ୍ୟୁରୋ

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦିଗ ବଦଳାଇଛି। ଉତ୍ତର-ପଶ୍ଚିମ ଦେଇ ଗତି କରୁଥିବା ବାୟୁ ତା’ର ଦିଗ ବଦଳାଇଛି। ବାୟୁ ତା’ର ଦିଗ ବଦଳାଇ ପୁଣି ସମୁଦ୍ର ଆଡ଼କୁ ମୁହାଁଇଛି। ବେରାବଲଠାରୁ ୧୫୦ କିଲୋମିଟର ଦୂରରେ ଦିଗ ପରିବର୍ତ୍ତନ କରିଛି ବାୟୁ। ଏହା ଓମାନ୍ ଏବଂ ପାକ୍ ମୁହାଁ ହେବାର ସମ୍ଭାବନା ରହିଛି।

ମାତ୍ର ବାୟୁ ପ୍ରଭାବରେ ଗୁଜୁରାଟର ଉପକୂଳରେ ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସାମୁଦ୍ରିକ ଝଡ଼ ବାୟୁ ବେରାବଲଠାରୁ ୧୩୦ କିଲୋମିଟର ଏବଂ ପୋରବନ୍ଦରରୁ ୧୮୦ କିଲୋମିଟର ଦୂରରେ ରହିଛି।

‘ବାୟୁ’ ଗୁଜୁରାଟ ଉପକୂଳ ପୋରବନ୍ଦର ଓ କଚ୍ଛ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁପାରେ ବୋଲି ଆକଳନ କରାଯାଇଥିଲା। ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସମଗ୍ର ରାଜ୍ୟରେ କାର୍ଯ୍ୟକ୍ରମ ବାତିଲ କରିଥିଲେ।

Comment