ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ସୋମବାର ଦେବସ୍ନାନ ପୂର୍ଣ୍ଣିମା – ପୁରୀରେ ନିୟୋଜିତ ହେବେ ୧୨୪ ସେକ୍ସନ ଫୋର୍ସ

ସୋମବାର ଦିନ ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ପୁରୀରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହେବାର ଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ନାନଯାତ୍ରା ପାଇଁ ପୁରୀରେ ୧୨୪ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସ୍‌ପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ବାଲୁକା କଳା ମାଧ୍ୟମରେ ବିରାଟ ବାହିନୀଙ୍କୁ ଶୁଭେଚ୍ଛା

ଆଜି କ୍ରିକେଟ ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଅପରାହ୍‌ଣ ୩ଟାରେ ଲଣ୍ଡନର ମଞ୍ଚେଷ୍ଟରଠାରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ତେବେ ବିରାଟ ବାହିନୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି।

ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ୍ ମ୍ୟାଚ୍

କ୍ରିକେଟ୍‌ ମହାସମର ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଲଣ୍ଡନର ମାଞ୍ଚେଷ୍ଟରଠାରେ ଭାରତ ଭେଟିବ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ। ଭାରତ ସମୟ ଅନୁଯାୟୀ ଦିନ ୩ଟା ବେଳେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଆରମ୍ଭ ହେବ।

ଶ୍ରୀମନ୍ଦିରରେ ଦିନ ୨ଟା ଯାଏଁ ଦର୍ଶନ ବନ୍ଦ

ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ପୁରୀ। ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ସେଥିପାଇଁ ଆଜିଠାରୁ ଚାଲିଛି ଶ୍ରୀଜିଉଙ୍କ ସେନାପଟା ଲାଗି। ଏହାକୁ ଦୃଷ୍ଟିରେ ରଖି ରବିବାର ଦିନ ୨ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

ତୃତୀୟ ରଜରେ ବି ଝୁମୁଛି ଗାଁରୁ ସହର

ରାଜ୍ୟରେ ଚାଲିଛି ରଜ ଉତ୍ସବ। ଆଜି ଏହା ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିନକୁ ଭୂମିଦାହ ବା ଭୂମି ଦହନ ବୋଲି ମଧ୍ୟ କୁହାଯାଇଥାଏ। ତୃତୀୟ ଦିନରେ ବି ଝିଅ ବୋହୂ ରଜ ପାନ, ଦୋଳି ଓ ପିଠାପଣାର ମଜା ନେଉଛନ୍ତି। ରଜ ଉତ୍ସବ ପାଳନରେ ଦୁଲୁକୁଛି ଗାଁରୁ ସହର। ଗାଁରେ ରଜ ଉତ୍ସବର ମଜା ତ ରହିଛି। ଏବେ ସହରରେ ମଧ୍ୟ ରଜର ମଜା ନେବାପାଇଁ ଅନେକ କାର୍ଯ୍ୟକ୍ରମମାନ ହେଉଛିା

Comment