ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଏଣିକି ଟ୍ରେନ ଭିତରକୁ କିନ୍ନର ମନା

ଏଣିକି ଟ୍ରେନ ଭିତରେ କିମ୍ଵା ପ୍ଲାଟଫର୍ମରେ କିନ୍ନରମାନେ ଭିକ୍ଷାବୃତ୍ତି କରିପାରିବେ ନାହିଁ। ହେଲେ ସେମାନେ ଯାତ୍ରୀ ହିସାବରେ ଟ୍ରେନରେ ଯାଇ ପାରିବେ। ବୁଧବାର ପୋଲିସ୍‌ ଡିଜିପି ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ରେଳଯାତ୍ରୀଙ୍କ ସୁରକ୍ଷା ଉପରେ ଏକ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ଟ୍ରେନ ଭିତରେ କିନ୍ନରମାନଙ୍କ ଭିକ୍ଷାବୃତ୍ତିକୁ ବନ୍ଦ କରିବା ପାଇଁ ରେଲଓ୍ଵେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲା।

ପାକିସ୍ତାନକୁ ୨୩୮ ରନ୍‌ର ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ଆଇସିସି ବିଶ୍ଵକପର ୩୩ତମ ମ୍ୟାଚରେ ବୁଧବାର ବର୍ମିଙ୍ଗହାମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍‌ ହରାଇ ୨୩୭ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ପାକିସ୍ତାନ ଆଗରେ ୨୩୮ ରନ୍‌ର ବିଜୟଲକ୍ଷ୍ୟ।

ଯାଜପୁରରୁ ଗିରଫ ହେଲା କରଞ୍ଜିଆ ଜେଲ୍‌ର ଫେରାର କଏଦୀ

କରଞ୍ଜିଆ ଜେଲ୍‌ରୁ ଫେରାର ହୋଇଥିବା କଏଦୀ ଭଗବାନ ଟୁଡୁକୁ ଯାଜପୁର ଜିଲ୍ଲାରୁ ଗିରଫ କରିଛି ପୋଲିସ। ଆଜୀବନ କାରାଦଣ୍ଡ ଭୋଗୁଥିବା ଭଗବାନ ଗତ ୧୬ ତାରିଖରେ କରଞ୍ଜିଆ ଜେଲ୍‌ରୁ ଚମ୍ପଟ ମାରିଥିଲା। ଭଗବାନ ନିଜ ଗାଁ ଯାଜପୁର ଜିଲ୍ଲା କାଳିଆପାଣିରେ ଲୁଚିଥିଲା। ଏହାର ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୋଲିସ ଭଗବାନକୁ କାବୁ କରି କରଞ୍ଜିଆ ଥାନାକୁ ଆଣିଥିଲା।

ଡ୍ୟୁଟି ଭୁଲି ଟିକ୍‌ଟକ୍‌ରେ ମାତିଲେ ନର୍ସ: ଜିଲ୍ଲାପାଳ ଜାରି କଲେ ନୋଟିସ୍

ଯୁବିପିଢ଼ିଙ୍କୁ ପାଗଳ କରିଛି ଟିକଟକ। ଟିକଟକ ପ୍ରେମରେ ଏବେ ସମସ୍ତେ ବାୟା। ଏଥିରୁ ବାଦ ପଡ଼ି ନାହାନ୍ତି ମେଡିକାଲ କର୍ମଚାରୀ। ମେଡିକାଲ ଭିତରେ କର୍ମଚାରୀ କରିଛନ୍ତି ଟିକଟକ। ସେ ପୁଣି ମେଡିକାଲର ଗୁରୁତ୍ୱପୂର୍ଣ୍ଣ ବିଭାଗ ଏସଏନସିୟୁରେ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।

୩ ରାଜ୍ୟସଭା ପ୍ରାର୍ଥୀ ଅମର, ସସ୍ମିତ ଓ ଅଶ୍ୱିନୀଙ୍କ ପ୍ରାର୍ଥୀପତ୍ର କାଏମ

ଓଡ଼ିଶାରୁ ୩ ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଗତ ୨୪ ତାରିଖରେ ଅମର, ସସ୍ମିତ ଏବଂ ଅଶ୍ୱିନୀ ନିଜ ପାର୍ଥିପତ୍ର ଦାଖଲ କରିଥିଲେ। ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଥିବା ବେଳେ ଓଡ଼ିଶାର ଏହି ତିନି ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଥିବା ରିଟର୍ଣ୍ଣି ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।

ବଜ୍ରପାତ ସହ ଝଡ଼ବର୍ଷା ହେବ – ୬ଟି ଜିଲ୍ଲାକୁ ସତର୍କ

କାଳବୈଶାଖି ପ୍ରଭାବରୁ ବୁଧବାର ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଏହି ୩ ଖେଳାଳି ଭାରତ ପାଇଁ ହୋଇପାରେ ଘାତକ

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ପରାଜୟରୁ ବିଜୟ ହୋଇଥିଲା। ଭାରତର ଶକ୍ତିଶାଳୀ ବୋଲିଂ ଲାଇନ ଏହି ମ୍ୟାଚକୁ ଆଫଗାନିସ୍ତାନ ହାତରୁ ଛଡ଼ାଇ ଆଣିଥିଲା। ଭାରତ ତା’ର ପରବର୍ତ୍ତୀ ମ୍ୟାଚ ଗୁରୁବାର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ। ଓ୍ଵେଷ୍ଟଇଣ୍ଡିଜ ଚଳିତ ବିଶ୍ଵକପରେ ୬ଟି ମ୍ୟାଚରୁ ଗୋଟିଏ ଜିତି ୪ଟି ହାରି ସାରିଛି। ତେବେ ଏହି ମ୍ୟାଚ ଓ୍ଵେଷ୍ଟଇଣ୍ଡିଜ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ଏହି ମ୍ୟାଚ ଜିତିବାକୁ ଓ୍ଵେଷ୍ଟଇଣ୍ଡିଜ ପୂରା ଶକ୍ତି ଲଗାଇପାରେ। ଜାଣନ୍ତୁ ଏହି ମ୍ୟାଚରେ ଭାରତ ପାଇଁ ଘାତକ ସାବ୍ୟସ୍ତ ହେଉଥିବା ଖେଳାଳିମାନେ କିଲ?

ଅଶ୍ଵିନୀଙ୍କ ନାଁରେ କଂଗ୍ରେସ ଆଣିଲା ଖଣି ଦୁର୍ନୀତି ପ୍ରସଙ୍ଗ, ଗୃହରେ ଝଡ଼

ମଙ୍ଗଳବାର ବିଧାନସଭାର ପ୍ରଥମ ଦିନରେ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ମୁଲତବୀ ରହିଥିଲା। ଆଜି ପୁଣି ଦ୍ଵିତୀୟ ଦିନ ଶୂନ୍ୟକାଳରେ ଶାସକ ଦଳକୁ ଘେରିଛନ୍ତି କଂଗ୍ରେସ ବିଧାୟକ। ଖଣି ଦୁର୍ନୀତିରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ନରସିଂହ ମିଶ୍ର।

‘ଆଣ୍ଡ୍ରଏଡ୍‌’କୁ ହାତଛଡ଼ା କରିବା ସବୁଠୁ ବଡ଼ ଭୁଲ ଥିଲା – ବିଲ୍‌ ଗେଟ୍‌ସ

ବିଶ୍ୱର ଶ୍ରେଷ୍ଠ ଧନୀ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଆଇଟି ଏବଂ ସଫ୍ଟୱେରା କମ୍ପାନି ମାଇକ୍ରୋସଫ୍ଟ୍‌ର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ନିକଟରେ ତାଙ୍କ ଜୀବନ ବଡ଼ ଭଲ ବିଷୟରେ କହିଛନ୍ତି। ମୋବାଇଲ ଅପରେଟିଂ ସିଷ୍ଟମ୍‌ ‘ଆଣ୍ଡ୍ରଏଡ୍‌’କୁ ହାତଛଡ଼ା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ବୋଲି ସ୍ୱୀକାର କରିଛନ୍ତି ବିଲ୍‌ ଗେଟ୍‌ସ। ଭେଞ୍ଚର କ୍ୟାପିଟାଲ ଫାର୍ମ କଲେଜ ଗ୍ଲୋବାଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଲ୍‌ ଗେଟ୍‌ସ ଏହି ବିଷୟରେ କହିଛନ୍ତି।

କୁଆଡ଼େ ଗଲା ଫ୍ଲାଏଓଭର ହେଲମେଟ ଚେକିଙ୍ଗ୍?

ବିନା ହେଲମେଟରେ ବାଇକ ଆରୋହୀ ଖଣ୍ଡଗିରି ଓଭରବ୍ରିଜରୁ ରସୁଲଗଡ଼ ଓଭରବ୍ରିଜ ପର୍ଯ୍ୟନ୍ତ ଯାତାୟତ କରିପାରିବେ ନାହିଁ। ନିକଟରେ ଏଭଳି କଟକଣା ଜାରି କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। କଟକଣା ଜାରି ହେବାର ୨ ଦିନ ପର୍ଯ୍ୟନ୍ତ ଓଭରବ୍ରିଜ ଉପରେ କଟକଣା କାମ କରିଥିଲା। ହେଲମେଟ ବିନା ଯାଉଥିବା ଗାଡ଼ି ଚାଳକଙ୍କୁ ଧରି ଜରିମାନା ଆଦାୟ ମଧ୍ୟ କରିଥିଲା।

ବିଧାନସଭାରେ ଚାଷୀ ପ୍ରସଙ୍ଗରେ କଂଗ୍ରେସର ପ୍ରଶ୍ନବାଣ, ତଥ୍ୟ ରଖି ପରିଲେନି କୃଷି ମନ୍ତ୍ରୀ

ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ସରଗରମ ହୋଇଛି ଗୃହ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୃଷି ଓ କୃଷକ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି। କୃଷକଙ୍କ ସଂଖ୍ୟା ନେଇ ସେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଛନ୍ତି।

ଭାଙ୍ଗିଲା ଚନ୍ଦ୍ରବାବୁଙ୍କ ଭବ୍ୟ କୋଠା ‘ପ୍ରଜା ବେଦିକା’

ହାତରୁ ଶାସନ ଖସିବା ସହିତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଡ଼ୁଆ ବଢ଼ିବାରେ ଲାଗିଛି।  ତାଙ୍କ ଅମରାବତୀସ୍ଥିତ ଭବ୍ୟ ବାସ ଭବନ ‘ପ୍ରଜା ବେଦିକା’କୁ ଜେସିବି ଦ୍ୱାରା ଭଙ୍ଗଙ୍ଗାଯାଇଛି।

ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା

ଆଇସିସି ବିଶ୍ଵକପର ୩୩ତମ ମ୍ୟାଚରେ ବୁଧବାର ବର୍ମିଙ୍ଗହାମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହେବେ। ନ୍ୟୁଜିଲାଣ୍ଡ ଚଳିତ ବିଶ୍ଵକପରେ କୌଣସି ବି ମ୍ୟାଚରେ ପରାଜୟ ହୋଇନାହିଁ। ୬ଟି ମ୍ୟାଚ ଖେଳି ୫ଟିରେ ବିଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଛି।

ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ଆମେରିକା ବୈଦେଶିକ ସଚିବ, ଏହି ପ୍ରସଙ୍ଗ ଉପରେ କଲେ ଆଲୋଚନା

ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିୟୋ ପ୍ରଥମଥର ଭାରତ ଗସ୍ତ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀରେ ପହଞ୍ଚି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୋଦି ଓ ପୋମ୍ପିୟୋଙ୍କ ଏହି ଭେଟଘାଟ ନୂଆଦିଲ୍ଲୀର ସେଭେନ୍ ଲୋକମାନ୍ୟ ମାର୍ଗରେ ହୋଇଛି।

ଆସନ୍ତାକାଲି ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ

ଆସନ୍ତାକାଲି ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ। ଏନେଇ ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା

ନୂଆ ଆଡଭୋକେଟ ଜେନେରାଲ ଭାବେ ବୁଧବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ଅଶୋକ ପରିଜା। ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶାର ଆଡଭୋକେଟ ଜେନେରାଲ ଭାବେ ତାଙ୍କୁ ରାଜ୍ୟ ସରକାର ସୋମବାର ନିଯୁକ୍ତି ଦେଇଥିଲେ।

ଜୁନ୍ ୨୭କୁ ବଢ଼ିଲା ଏମବିବିଏସ-ବିଡିଏସ ନାମ ରେଜିଷ୍ଟ୍ରେସନ୍

ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି। ଓଜେଇଇ ପକ୍ଷରୁ ଜୁନ୍ ୨୫ରେ ଧାର୍ଯ୍ୟ କରାଯାଇଥିବା ରେଜିଷ୍ଟ୍ରେସନର ସମୟସୀମାକୁ ଜୁନ୍ ୨୭କୁ ବୃଦ୍ଧି କରାଯାଇଛି।

କାକଟପୁରରୁ ଆସିଲା ମହାପ୍ରଭୁଙ୍କ ଲାଗି ଫଳଭାର

ଜରରେ ପୀଡ଼ିତ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ଅଣସର ଗୃହରେ ମହାପ୍ରଭୁଙ୍କ ଗୋପନ ସେବା ଚାଲିଛି। ମହାପ୍ରଭୁଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗିବା ପଣେ ମହାପ୍ରଭୁ ଧୀରେଧୀରେ ସୁସ୍ଥ ହେଉଛନ୍ତି। ମହାପ୍ରଭୁ କେମିତି ଜଲଦି ସୁସ୍ଥ ହେବେ ସେଥିପାଇଁ ମହାପ୍ରଭୁଙ୍କ ମାମୁଘର କୁହାଯାଉଥିବା କାକଟପୁରର ବିଶ୍ୱାମିତ୍ରଙ୍କ ଆଶ୍ରମ ଓ ଏନ୍ତୁଡ଼ିଶାଳ କୁହାଯାଉଥିବା ଦେଉଳି ମଠ ପକ୍ଷରୁ ଶ୍ରୀମନ୍ଦିରକୁ ପଠାଯାଇଛି ଅନେକ ଫଳଭାର।

Comment