ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ଦେଇ ଯାଉଥିବା ଜଗଦଲପୁର-ହାଓ୍ୱାଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍‌ରୁ ରେଳ ବିଭାଗ ପୋଲିସ ଗଞ୍ଜେଇ ଜବତ କରିଛି। ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ମହିଳାଜଣକ ହେଲେ ପଶ୍ଚିମବଙ୍ଗର ସମ୍ପା ଦାସ, କିସମତ ସେଖ,ବର୍ଦ୍ଧମାନର  ଖୁଦି ରାମ ମାଝି ଓ କୋରାପୁଟର ଶିବ ସୋଲଙ୍କି।

ସମଲେଶ୍ୱରୀ ଏକ୍ସପ୍ରେସ୍‌ ହାଓ୍ୱାଡ଼ା ଯାଉଥିବା ବେଳେ ସେଥିରେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପୋଲିସକୁ ଖବର ମିଳିଥିଲା। ଏହି ଖବର ପାଇ  ଜୟପୁର-କୋରାପୁଟ ଅଞ୍ଚଳର ରେଳ ବିଭାଗ ପୋଲିସ ଚଢ଼ାଉ କରି ୨ ଟ୍ରଲି ବ୍ୟାଗ୍ ଓ ୨ଟି ଏୟାର ବ୍ୟାଗରୁ ୭ଟି ପ୍ୟାକେଟରୁ ୫୮.୯ କେଜି ଗଞ୍ଜେଇ ଜବତ କରିଛି। ଏହି ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୧ ଲକ୍ଷ ୭୬ ଟଙ୍କା ହେବ।

ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comment