ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଆଜି ସଚିବାଳୟରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ସଚିବାଳୟରେ ୧୧.୪୫ ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ। ବୈଠକରେ କେଉଁ ବିଷୟ ଉପରେ ଆଲୋଚନା ହେବ ତାହା ସମ୍ପର୍କରେ ଜଣାପଡ଼ି ନାହିଁ।

ଆଜି ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ

ଜୀଉଙ୍କ ନବଦିନବ୍ୟାପି ରଥଯାତ୍ରାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜନ୍ମଦେବୀରେ ଆଜି ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ। ଭକ୍ତମାନେ ଆଜି ସନ୍ଧ୍ୟା ୭ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିବେ। ସନ୍ଧ୍ୟା ୭ଟା ପରେ ସାଧାରଣ ଦର୍ଶନ ବନ୍ଦ ରହିବ।

ଆସନ୍ତାକାଲି ରିଲିଜ ହେବ ହ୍ରିତିକଙ୍କ ‘ସୁପର ୩୦’

ଶେଷରେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। କାରଣ ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ ‘ସୁପର ୩୦’ ଶୁକ୍ରବାର ରିଲିଜ ହେବ। ଫିଲ୍ମରେ ହ୍ରିତିକଙ୍କୁ ସଂପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଗଣିତ ଶିକ୍ଷକଙ୍କ ଭୂମିକାରେ ଅଭିନୟ କରିଛନ୍ତି।

Comment