ଓଡ଼ିଶାଲାଇଭ ବ୍ୟୁରୋ

ସ୍କୁଲରେ ବିସ୍ଫୋରଣ ଘଟି ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି।

ଆଜି ଶନିବାର ସ୍କୁଲରେ ସକାଳ ସମୟରେ କ୍ଲାସ ଚାଲିଥିଲା ବେଳେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ପିଲାମାନେ ଯାଉଥିଲେ। ସେହି ସମୟରେ ହଠାତ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହତ ଛାତ୍ରଙ୍କୁ ପ୍ରଥମେ ଆସିକା ମେଡିକାଲ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣକ ମୁହଁରେ ଗଭୀର ଆଘାତ ଲାଗିଥିଲା ବେଳେଅନ୍ୟ ଜଣେ ଛାତ୍ରଙ୍କ ହାତରେ ଗଭୀର ଆଘାତ ଲାଗିଛି।

ସେପଟେ ସ୍କୁଲରେ କିପରି ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସି ଘଟଣାର ଖବର ପାଇଁ ସ୍କୁଲରେ ପହଞ୍ଚିଛି। ଘଟଣାର ତଦନ୍ତ ଆରମ୍ଭ କରିଛି।

Comment