ଓଡ଼ିଶାଲାଇଭ ବ୍ୟୁରୋ

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଛି ରାୟଗଡା ଜିଲ୍ଲା। ଗୁଣିଗାରେଡ଼ି ସନ୍ଦେହରେ ଗଡୁଛି ମୁଣ୍ଡ। ବୈଜ୍ଞାନିକ ଆଧାରିତ ଚିକିତ୍ସା ପ୍ରଣାଳୀଠାରୁ ବହୁ ଦୂରରେ ଆଦିବାସୀ। ପାରମ୍ପରିକ ଚିକିତ୍ସା ଉପରେ ଏଠାରେ ନିର୍ଭରଶୀଳ। ଶିକ୍ଷା ଓ ସଚେତନତା ଅଭାବ ଯୋଗୁଁ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଜିଲ୍ଲାବାସୀଙ୍କ ମନରେ ଘର କରିଛି।

ଗୁଣିଆକୁ ଭଗବାନ ମାନିନେଇଥିବା ନୀରିହ ଆଦିବାସୀ ଏମାନଙ୍କ କଥାରେ ଆସି ଆଇନକୁ ହାତକୁ ନେଇ ଯେକୌଣସି ଜଘନ୍ୟ ହତ୍ୟାକାଣ୍ଡ ଘଟାଇବାରେ ଫଛଘୁଞ୍ଚା ଦେଉନାହାନ୍ତି।

ଏପରି ପରିସ୍ଥିତିରେ କୁସଂସ୍କାରକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ଓ ରାୟଗଡ଼ା ଟାଉନ ପୁଲିସ ଅଭିନବ ପ୍ରୟାସ ଆରମ୍ଭ କରିଛି। ରାୟଗଡା ସଦର ବ୍ଲକ ଅନ୍ତର୍ଗତ ତାଡମା ପଞ୍ଚାୟତରେ ଆଦିବାସୀ ପାରମ୍ପରିକ ପଥପ୍ରାନ୍ତ ନୃତ୍ୟ, ନାଟକ ଓ ସଭାମାନ ଆୟୋଜନ କରାଯାଇ ଗ୍ରାମବାସୀଙ୍କୁ ଏ ନେଇ ସଚେତନ କରାଯାଉଛି।

ବିଶେଷ କରି ତାଡ଼ମା ଗ୍ରାମପଞ୍ଚାୟତରେ ଅନ୍ଧବିଶ୍ବାସ ଜନିତ ସର୍ବାଧିକ ମାମଲା ଏଠାରେ ଦେଖା ଯାଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ପ୍ରଥମେ ଏହି ଗ୍ରାମପଞ୍ଚାୟତରେ ଆୟୋଜିତ ହୋଇଥିବା ଟାଉନ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏଥିସହ ଉକ୍ତ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଶତାଧିକ ଗ୍ରାମବାସୀ ଏହି କୁସଂସ୍କାର ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିବାକୁ ଏଠାରେ ସମୂହ ଶପଥପାଠ କରିଥିଲେ।

  1. ଏହି ଅବସରରେ ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେ କୁମାର ନାୟକଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ  ତପନ ନାରାୟଣ ରଥ ଓ ଟାଉନ ଥାନା ଭାରାପ୍ରାପ୍ତ ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ସମେତ  ଅଧିକାରୀ ଉପସ୍ଥିତ ରହିଥିଲେ ।

Comment