ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଟ୍ରମ୍ପଙ୍କୁ ସଫା ସଫା ଶୁଣାଇଲେ ମୋଦି – ‘‘କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ନାହିଁ’’

‘ଭାରତ-ପକିସ୍ତାନ ଭିତରେ ଅନେକ ଦ୍ୱିପାକ୍ଷିକ ସମସ୍ୟା ରହିଛି। ସେଥିମଧ୍ୟରୁ କଶ୍ମୀର ହେଉଛି ଅନ୍ୟତମ। ଏହା ଆମ ଦୁଇ ଦେଶର ପ୍ରସଙ୍ଗ। ଅନ୍ୟ ଦେଶର ହସ୍ତକ୍ଷେପ ଆମେ ଚାହୁଁନୁ।’’

ପ୍ରଥମଥର ୪୦ ହଜାର ଟପିଲା ସୁନାଦାର

ଗ୍ରାହକଙ୍କ ପାଇଁ ପୁଣି ଚିନ୍ତା ବଢ଼ାଇଛି ସୁନାଦର। ଏଥର ପ୍ରଥମଥର ପାଇଁ ପ୍ରତି ୧୦ ଗ୍ରାମରେ ସୁନାଦର ୪୦ ହଜାର ଟପିଛି। ସେହିପରି ରୁପା ଦର ମଧ୍ୟ ଏକ କିଲୋ ଗ୍ରାମକୁ ୪୬ ହଜାର ହୋଇଛି। ୨୦୧୬ ମସିହାପରେ ଆଜି ସୁନା ଦର ସର୍ବୋଚ୍ଚ ରେକର୍ଡ ପାର କରିଛି।

ବେପରୁଆ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ ଡ୍ରୋନ୍‌

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏଁ ହେବ ‘ନୋ ଓଭରଟେକିଂ’ ଜୋନ୍‌। ଏହାସହ ଏହି ରାସ୍ତାର ଟ୍ରାଫିକ୍‌କୁ ଜଗିବ ଡ୍ରୋନ୍‌ କ୍ୟାମେରା। ଏନେଇ ଟୁଇନ୍‌ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ମାଓ ଅଞ୍ଚଳକୁ ଟେଲିକମ୍, ବ୍ୟାଙ୍କିଂ ଓ ରେଳ ସେବା ପାଇଁ ଦିଲ୍ଲୀରେ ନବୀନଙ୍କ ଦାବି

ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମାଓ ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ମାଓ ଅଞ୍ଚଳର ସୁରକ୍ଷା ତଥା ବିକାଶ ପାଇଁ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ। ଏହି ବୈଠକରେ ମାଓ ପ୍ରଭାବିତ ଅଞ୍ଚଳ ପାଇଁ ନବୀନ ୩ଟି ଦାବି କରିଛନ୍ତି।

ଆମାଜନ ଜଙ୍ଗଲରୁ ଲିଭୁନି ନିଆଁ

ବ୍ରାଜିଲର ଆମାଜାନ ଜଙ୍ଗଲରେ ଲଗିଥିବା ନିଆଁ ଥମିବାର ନାଁ ଧରୁନାହିଁ। ବିଶ୍ୱର ଫୁସ୍‌ଫୁସ୍‌ କୁହାଯାଉଥିବା ଏହି ଜଙ୍ଗଲରେ ଗତ ୩ ସପ୍ତାହ ହେବ ନିଆଁ ଲାଗିଛି। ଦକ୍ଷିଣ ଆମେରିକାର ବ୍ରାଜିଲରେ ଥିବା ବିଶ୍ୱର ଏହା ସବୁଠାରୁ ବଡ଼ ଜଙ୍ଗଲ। ନିଆଁର ପରିମାଣ ଏତେ ଭୟାଭୟ ଅଛି ଯେ, ଏହାର ଧୁଆଁରେ ବ୍ରାଜିଲର ସହର ଘୋଡେଇ ହୋଇଯାଇଛି। ଏହି ନିଆଁକୁ ଆୟତ୍ତ କରିବାକୁ ବ୍ରାଜିଲ ସରକାର ଆମଜାନକୁ ସେନାକୁ ପଠାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ନିଆଁ ଲିଭି ପାରିନାହିଁ।

ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ୫ଟି ପୁରସ୍କାର

ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ମିଳିଛି ୫ଟି ପୁରସ୍କାର। ନିକଟରେ ସିଙ୍ଗାପୁରରେ ଆୟୋଜିତ ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓ ୩ଟି ଟେଲିକମ୍‍ ବିଭାଗରେ ଉତ୍କର୍ଷତା ଏବଂ ଅନ୍ୟ ଦୁଇଟି ଡିଜିଟାଲ ମାର୍କେଟିଂ ଲିଡରସିପ୍‍ ବିଭାଗରେ ମିଳିଛି।

ଆଉ ୪ ଦିନ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ୍

ବଢ଼ିଲା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଅବଧି। ସିବିଆଇ ତାଙ୍କୁ ଆଜିଠୁ ଆଉ ୪ ଦିନ ରିମାଣ୍ଡରେ ନେଇଛି। ୩୦ ତାରିଖ ଯାଏଁ ଚିଦାମ୍ବରମ୍‌ ସିବିଆଇ ହେପାଜତରେ ରହିବେ।

ଫ୍ରାନ୍ସର ବିଏର୍ଜ ସହରରେ  ୪୫ ତମ G-7 ସମ୍ମିଳନୀ ଅନୁଷ୍ଠିତ

ଫ୍ରାନ୍ସର ବିଏର୍ଜ ସହରରେ ଆୟୋଜିତ ହୋଇଛି ୪୫ ତମ G-7 ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ବଡ଼ ବଡ଼ ନେତାଙ୍କୁ ଭେଟିଛନ୍ତି। ମୋଦି ବିଭିନ୍ନ ଦେଶରେ ରାଷ୍ଟ୍ରମୁଖ୍ୟଙ୍କ ସମେତ  ମିଳିତ ଜାତିସଂଘର ମହାସଚିବ ଆଣ୍ଟେନିଓ ଗୁଟେରିସଙ୍କ ସହ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏଥର ଭାରତକୁ G-7 ସମ୍ମିଳନୀରେ ଯୋଗ ଦେବା ପାଇଁ ଅତିଥି ରାଷ୍ଟ୍ର ଭାବେ ନିମନ୍ତ୍ରଣ ମିଳିଥିଲା।

ବଢ଼ିଲା ହୀରାକୁଦ ଜଳସ୍ତର, ଖୋଲିଲା ୩ଟି ଗେଟ୍‌

ପୁଣି ବଢ଼ିଲା ହୀରାକୁଦ ଜଳସ୍ତର। ଏନେଇ ହୀରାକୁଦର ୩ଟି ଗେଟ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ କରିଛନ୍ତି କର୍ତ୍ତୃପକ୍ଷ। ଡ୍ୟାମକୁ ୧ଲକ୍ଷ ୬୦ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ସୋମବାର ଦିନ ୩ଟା ସୁଦ୍ଧା ହୀରାକୁଦରେ ୬୨୨.୮ ଫୁଟ ଜଳ ରହିଥିଲା।

ଚିଦାମ୍ବରମଙ୍କୁ ବଡ଼ ଝଟକା- ଜାମିନ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ପୂର୍ବତନ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି  ଚିଦାମ୍ବରମ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ ତାକୁ ଖାରଜ କରିଛନ୍ତି କୋର୍ଟ।

ଏବେ ହେଲମେଟ୍ ନପିନ୍ଧିଲେ ଗଣିବେ ୧ହଜାର, ମୋବଇଲ ଧରି ଗାଡ଼ି ଚଳାଇଲେ ୫ହଜାର ଫାଇନ୍

ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍‌ ନିୟକମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। ହେଲମେଟ୍‌ ନ ପିନ୍ଧି ଧରାପଡ଼ିଲେ ହଜାରେ, ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ହେବ। ସେପ୍ଟେମ୍ବର ୧ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି।

Comment