ଓଡ଼ିଶାଲାଇଭ୍ ବ୍ୟୁରୋODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଯୁଦ୍ଧ ପାଇଁ ପାକ୍‌ର ପ୍ରାକ ପ୍ରସ୍ତୁତି! ପରୀକ୍ଷା କଲା ମିସାଇଲ

କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ କଥା ବୟାନବାଜି ଚାଲିଥିବା ମଧ୍ୟରେ ପାକିସ୍ତାନ ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ଗଜନବି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଗତକାଲି ରାତିରେ ସଫଳତାର ସହ ପରୀକ୍ଷଣ କରାଯାଇଛି। ଅଳ୍ପ ଦୂରଗାମୀ ଏହି କ୍ଷେପଣାସ୍ତ୍ର ୨୯୦ କିମି ଦୂରତାରେ ଳକ୍ଷ୍ୟଭେଦ କରିପାରିବ। ତା’ ସହିତ ବିଭିନ୍ନ ପ୍ରକାର ଅସ୍ତ୍ରବହନ କରିବା ଲାଗି ଏହି କ୍ଷେପଣାସ୍ତ୍ରର କ୍ଷମତା ରହିଛି।

ସେପ୍ଟେମ୍ବର ୬ରେ ଦିଲ୍ଲୀରୁ ଫେରିବେ ଜଗା କାଳିଆ

ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀ ଏମ୍ସରୁ କଟକ ଏସିବି ଆସିବେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଦୁଇ ଶିଶୁ ଜଗା କାଳିଆ। ରାଜଧାନୀ ଏକ୍ସପ୍ରେସରେ ୬ ତାରିଖରେ ଆସି ୭ରେ ଓଡ଼ିଶାରେ ପହଞ୍ଚିବେ। ତାଙ୍କ ସହ ଏମ୍ସ ଡାକ୍ତର ମଧ୍ୟ ଆସିବେ।

ସାରା ଦେଶ ଆଜି ପାଳନ କରୁଛି ‘ଜାତୀୟ କ୍ରୀଡ଼ା ଦିବସ’

ଭାରତୀୟ ହକିର ଜନ୍ମଦାତା ତଥା ମହାନ ଭାରତୀୟ ହକି ଖେଳାଳି ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ପ୍ରତିବର୍ଷ ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଏ।

ଭାରତୀୟ ହକିର ଜନକ ‘ଧ୍ୟାନଚାନ୍ଦ୍’

ଦେଶରେ ଆଜି ପାଳନ ହେଉଛି ‘ଜାତୀୟ କ୍ରୀଡା ଦିବସ’। ଭାରତୀୟ ହକିର ଜନ୍ମଦାତା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ଭାରତରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ଧ୍ୟାନଚାନ୍ଦଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ବର୍ଷା ଆଶଙ୍କା 

ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଓସିଏ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ

ବିହାରର ପୂର୍ବତନ ନିର୍ବାଚନ କମିଶନ ଏମଏଲ ମଜୁମଦାରଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ

ବିଶ୍ୱ ଖେଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବେ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି।

ଡିସେମ୍ବରରେ ବିଜେପିର ନବକଳେବର – କିଏ ହେବେ ରାଜ୍ୟ ସଭାପତି?

ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ବିଜେପି ତାର ନୂଆ ରାଜ୍ୟ ସଭାପତି ଚୟନ କରିବ। ଏବେଠାରୁ ଏହି ସଭାପତି ପଦକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ସଭାପତି ପଦ ପାଇଁ ତିନିରୁ ଚାରି ନେତାଙ୍କ ନାଁ ଚର୍ଚ୍ଚା ହେଉଛି।

ବିଜେପି ରାଜ୍ୟ ସଭାପତି ପଦ ପାଇଁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନାଁ ରେସ୍‌ରେ ରହିଛି। ଏହାସହ ବସନ୍ତ ପଣ୍ଡାଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ତେବେ ଏମାନଙ୍କ ଭିତରୁ କାହା ମୁଣ୍ଡରେ ସଭାପତି ପଗଡ଼ି ବନ୍ଧା ଯିବ ତାହା ଅପେକ୍ଷା କରି ଦେଖିବାର କଥା।

ଡିଜିଟାଇଜେସନ ହେବ ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ବହି

‘‘ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ବହି ହେବ ଡିଜିଟାଇଜେସନ୍‌। ଏହାସହ ଯେଉଁଠି ଏମାର ମଠ ରହିଥିଲା ସେହିଠାରେ ହିଁ ଲାଇବ୍ରେରୀର ପୁନଃପ୍ରତିଷ୍ଠା କରାଯିବ। ଲାଇବ୍ରେରୀକୁ ଆଧୁନିକୀକରଣ କରାଯିବ’’, କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ।

ମାଲେସିଆ ଜାହାଜ ମାଲିକଙ୍କୁ ନୋଟିସ୍‌ – ୭ଦିନରେ ସମୁଦ୍ରକୂଳ ଛାଡ଼ିବାକୁ ନିର୍ଦ୍ଦେଶ

ବାଟବଣା ହୋଇ ଚିଲିକା ରାଜହଂସ କୂଳରେ ଲାଗିଥିବା ମାଲେସିଆ ଜାହାଜ ମାଲିକଙ୍କୁ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଦୁଇ ଦିନ ମଧ୍ୟରେ ଜାହାଜରୁ ତେଲ କାଢ଼ିବା ଓ ୭ଦିନ ମଧ୍ୟରେ ସମୁଦ୍ରକୂଳରୁ ଜାହାଜକୁ ସ୍ଥାନାନ୍ତର କରିବାକୁ ଜାହାଜ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପାରା ଧରିବାକୁ ଯାଇ ଫଶି ଥିଲେ ପାଣି ଟାଙ୍କିରେ – ୧୦ଦିନ ପରେ ହେଲେ ଉଦ୍ଧାର  

ରଖେ ହରି ମାରେ କିଏ। ଏହି ଉକ୍ତିର ସତ୍ୟତା ଜଣେ ବାଳକ କ୍ଷେତ୍ରରେ ଦେଖାଯାଇଛି। ଦୀର୍ଘ ୧୦ ଦିନ ଏକ ପାଣି ଟାଙ୍କିରେ ଫଶି ରହିବା ପରେ ବୁଧବାର ତାକୁ ଉଦ୍ଧାର କରାଯାଇଛି। ବାଳକ ଜଣକ ହେଉଛନ୍ତି ରାଉରକେଲା ଉପକଣ୍ଠ ବନ୍ଧମୁଣ୍ଡା ଅଞ୍ଚଳର। ବାଳକ ଜଣକ ପାରା ଧରିବାକୁ ଯାଇ ଏକ ୩୦ ଫୁଟ ପାଣି ଟାଙ୍କି ଭିତରେ ଫଶି ଯାଇଥିଲେ ଓ ୧୦ ଦିନ ଧରି ପାଣି ପିଇ ଜୀବନ ବଞ୍ଚାଇଥିଲେ।

ମାଟିରେ ମିଶିବ ନଅଶହ ବର୍ଷ ପୁରୁଣା ଏମାର ମଠ

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଜାରି ରହିଛି ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା। ମନ୍ଦିରର ଉତ୍ତର ପାର୍ଶ୍ଵରେ ଥିବା ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏବେ ଐତିହାସିକ ଏମାର ମଠର ପାଳି। ଏବେ ଏମାର ମଠକୁ ବୁଲଡୋଜର ଲଗାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଚାରିମହଲା ବିଶିଷ୍ଟ ଏହି ମଠର ପ୍ରଥମେ ଉପର ମହଲାରୁ ଉଚ୍ଛେଦ କରାଯାଇଛି।

Comment