ଓଡ଼ିଶାଲାଇଭ ବ୍ୟୁରୋ

ଆନ୍ଧ୍ର ପ୍ରଦେଶ ଗୋଦାବରୀ ନଦୀରେ ଏକ ମୋଟର ଲଞ୍ଚ ବୁଡ଼ିଯାଇଛି। ଏଥିରେ ୨୩ ଜଣ ନିଖୋଜ ହୋଇଯାଇଛନ୍ତି। ମୋଟର ଲଞ୍ଚରେ ୧୧ଜଣ କର୍ମଚାରୀଙ୍କ ସମେତ ୫୦ ଜଣ ଯାତ୍ରୀ ଥିଲେ। ୨୭ ଜଣଙ୍କ ଉଦ୍ଧାର ହୋଇଥିବା ବେଳେ ଏବେବି ୨୩ଜଣ ନିଖୋଜ ଅଛନ୍ତି।

ଆନ୍ଧ୍ର ପ୍ରଦେଶ ମାଲକାନଗିରି ସୀମା ନିକଟ ଗୋଦାବରୀ ନଦୀରେ ଏକ ପର୍ଯ୍ୟଟକ ବୋଜେଇ ଲଞ୍ଚ ଯାତ୍ରୀଙ୍କୁ ନେଇ ରାଜମହେନ୍ଦ୍ରୀରୁ ପାତିକୁଣ୍ଡୁଲମ୍‌ ଯାଉଥିବା ବେଳେ ଅଘଟଣ ଘଟିଥିଲା। ଲଞ୍ଚ ବୁଡ଼ି ଯିବା ପରେ ୨୭ ଜଣ ଯାତ୍ରୀ ନଦୀ ପହଁରିକି କୂଳରେ ଲାଗିଥିଲେ। ହେଲେ ଆଉ ଅନ୍ୟ ଯାତ୍ରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି।

ତେବେ ଘଟଣାସ୍ଥଳରେ ଦୁଇଟି ଏନଡିଆରଏଫ ଟିମ୍‌ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comment