ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଶେଷରେ ଇମ୍ରାନ ମାନିଲେ, ଯୁଦ୍ଧ ହେଲେ ପାକିସ୍ତାନ ହାରିଯିବ

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତ ସମ୍ପର୍କକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବଡ଼ ବୟାନ ଦେଇଛନ୍ତି। ଇମ୍ରାନ ଖାନ୍‌ ମାନିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ପାକିସ୍ତାନ ହାରିଯିବ। ହେଲେ ତଥାପି ମୁହଁ ଟାଣ କରି ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି ଇମ୍ରାନ ଖାନ୍‌। ବିଦେଶୀ ଗଣମାଧ୍ୟମକୁ ସାକ୍ଷତକାର ଦେଇ ଇମ୍ରାନ ଏହା କହିଛନ୍ତି।

ଝାରସୁଗୁଡ଼ା – ଭୁଶୁଡୁଛି ଉଡ଼ାଜାହାଜ ପଡ଼ିଆ ପ୍ରାଥମିକ ବିଦ୍ୟାଳୟର ଛାତ, ବାରଣ୍ଡାରେ ପଢୁଛନ୍ତି ପିଲା

ସରକାର ସର୍ବଶିକ୍ଷା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ପିଲାଙ୍କୁ ସ୍କୁଲ ଆସିବା ପାଇଁ କହୁଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସହ ଅନ୍ୟାନ୍ୟ ପାଠ ପଢିବା ପାଇଁ ସମସ୍ତ ଉପକରଣ ଯୋଗାଇ ଦେଉଛନ୍ତି। କିନ୍ତୁ ବିଦ୍ୟାଳୟର ଅବସ୍ଥା ସଙ୍ଗୀନ ହୋଇ ଛାତ ଭୁଷୁଡୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁନି। ବାରମ୍ବାର ଅଭିଯୋଗ ସତ୍ତ୍ଵେ ବିଦ୍ୟାଳୟର ମରାମତି ହେଉ ନାହିଁ। ଶ୍ରେଣୀ ଗୃହର ଛାତ ଭୁଶୁଡୁ ଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ପଢିବାକୁ ବାଧ୍ୟ ହେଉଛନ୍ତି।

ମଦର ମିଲ୍କ ବ୍ୟାଙ୍କ : ୬ ମାସ ଯାଏଁ ସଂରକ୍ଷିତ କରିହେବ ମା’ କ୍ଷୀର

ଏବେ ମା’ମାନେ ଘରେ ବସି ମା’ କ୍ଷୀର ଦାନ କରିପାରିବେ। ଭୋପାଳର ଜେସି ହସ୍ପିଟାଲରେ ଆରମ୍ଭ ହୋଇଛି ‘ମଦର ମିଲ୍କ ବ୍ୟାଙ୍କ୍’ ନାମକ ଏକ ଫ୍ରେସ୍ ମିଲ୍କ ଷ୍ଟୋରେଜ୍। ଏଠାରେ ୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ୬ ମାସ ଯାଏଁ ମା’ କ୍ଷୀରକୁ ସୁରକ୍ଷିତ ଭାବେ ସଂରକ୍ଷିତ କରାଯାଇପାରିବ। ମହିଳାମାନେ ଚାହିଁଲେ ସିଧାସଳଖ ଏହି ମିଲ୍କ୍ ବ୍ୟାଙ୍କକୁ ଆସି କ୍ଷୀର ଦାନ କରିପାରିବେ।

କେନ୍ଦୁଝର ଜିଲ୍ଲା ବକ୍ସିବାରିଗାଁରେ ଛାତ୍ରକୁ କଚାଡ଼ି ହାତ ଭାଙ୍ଗିଲେ ଗଣିତ ସାର୍

ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳକୁ କରିବାକୁ ସରକାରଙ୍କ କଡ଼ା ଆଇନ ରହିଛି। ହେଲେ ଏହାକୁ ଖାତିର କରୁନାହାନ୍ତି ଶିକ୍ଷକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବକ୍ସିବାରୀ ଗାଁ ପ୍ରାଥମିକ ବିଦ୍ୟାଳୟରେ। ଏକ ଚତୁର୍ଥ ଶ୍ରେଣୀ ଛାତ୍ରକୁ କଚାଡ଼ି ହାତ ଭାଙ୍ଗି ଦେଇଛନ୍ତି ଗଣିତ ସାର।

ନନ୍ଦନକାନନରେ ହାତୀ ‘ଚନ୍ଦନ’ର ମୃତ୍ୟୁ

ନନ୍ଦନକାନନରେ ୧୦ ବର୍ଷିୟ ହାତୀ ଚନ୍ଦନର ମୃତ୍ୟୁ ହୋଇଛି। ଗତ ୧୩ ତାରିଖରେ ସେ ଅସୁସ୍ଥ ହୋଇ ପଡ଼ିଥିଲା। ତେବେ ଆଜି ତା’ର ମୃତ୍ୟୁ ହୋଇଛି।ଆଜି ଭୋର ୩ଟା ୪୦ରେ ଚନ୍ଦନର ମୃତ୍ୟୁ ହୋଇଥିଲା। ସେ ହରପିସ ଭୂତାଣୁର ଶିକାର ହେବା ପରେ ଗତ ୧୩ ତାରିଖରେ ଅସିସ୍ଥ ହୋଇ ପଡ଼ିଥିଲା। ତେବେ ପୋଷ୍ଟମର୍ଟମ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ଵଲପୁରରେ ଦେଶର ସବୁଠାରୁ ବଡ଼ ଫାଇନ – ଟ୍ରକ ମାଲିକଙ୍କୁ ସାଢ଼େ ୬ଲକ୍ଷ ଟଙ୍କାର ତଣ୍ଡ

ନୂଆ ମୋଟର ଯାନ ଆଇନ୍ ଲାଗୁ ହେବାପରେ ସାରାଦେଶରେ ନିୟମ ଉଂଲଘନକାରୀଙ୍କଠାରୁ ଆଦାୟ ହେଉଛି ମୋଟା ଅଙ୍କର ଫାଇନ୍। ଏହାରି ମଧ୍ୟରେ ସମ୍ବଲପୁରରେ ଗୋଟିଏ ଟ୍ରକକୁ ୬ଲକ୍ଷ ୫୩ ହଜାର ୧୦୦ଟଙ୍କା ଫାଇନ୍ ହେବା ଚର୍ଚ୍ଚାର କାରଣ ପାଲଟିଛି।

ମହାରାଷ୍ଟ୍ରରେ ଏନକାଉଣ୍ଟର – ଟଳିଲେ ୨ ନକ୍ସଲ

ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ଟଳିଲେ ୨ ନକ୍ସଲ। ମହାରାଷ୍ଟ୍ରର ମାଓପ୍ରବଣ ଅଞ୍ଚଳ ଗଡ଼ଚିରୋଲିରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ନକ୍ସଲ ନିହତ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ବାଲିମେଳା ଜଳଭଣ୍ଡାରରେ ବୁଡ଼ିଗଲା ଡଙ୍ଗା – ଜଣେ ମୃତ, ୩ ନିଖୋଜ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ିଯାଇଥିବା ଖବର ସାମ୍ନାକୁ ଆସିଛି। ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କ ପତ୍ତା ମିଳୁନି। ଡଙ୍ଗାଟି ନାକାମମମୁଡୁରୁ ତୋଟାଗୁଡ଼ା ଯିବା ବାଟରେ ଏହି ଅଘଟଣ ଘଟିଛି।

ଡାହାଣୀ ସନ୍ଦେହରେ ପ୍ରଜାକୋର୍ଟ – ମା’ ଝିଅଙ୍କୁ ମିଳିଲା ମୃତ୍ୟୁଦଣ୍ଡ

ସୁନ୍ଦରଗଡ଼: ଡାହାଣୀ ସନ୍ଦେହରେ ପ୍ରଜା କୋର୍ଟ ବସିଲା ଏବଂ ମା’ ଝିଅଙ୍କୁ ମିଳିଲା ମୃତ୍ୟୁଦଣ୍ଡ। ଏଭଳି ଏକ ଅଭାବନୀୟ ଏବଂ ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡର ଗାଇଡେଗା ଗ୍ରାମର ରାବଣ ଝୋଲା ବସ୍ତିରେ ଘଟିଥିବା ଏହି ଘଟଣାର ଏପର୍ଯ୍ୟନ୍ତ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ପୋଲିସ ଗିରଫଦାରୀ ଭୟରେ ଗାଇଡେଗା ଗାଁ ଏବେ ଜନଶୁନ୍ୟ ହୋଇପଡ଼ିଥିବା ବେଳେ ଏଭଳି ଅମାନବୀୟ ଘଟଣା ସଭ୍ୟ ସମାଜ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।

ଗଞ୍ଜାମରେ ପୁଣି ଏନକାଉଣ୍ଟର – ଅପରାଧୀ ପ୍ରମୋଦ ଆହତ

ଆକ୍ସନ ମୋଡ଼ରେ ଗଞ୍ଜାମ ପୋଲିସ। ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଦୁଇ ଦୁଇଟି ଏନକାଉଣ୍ଟର ହୋଇଛି। ଆଜି ଭୋର ୩ଟା ୩୦ ମିନିଟରେ ଗଞ୍ଜାମ ଜିଲ୍ଲା ପାଲୁର କୃଷ୍ମପ୍ରସାଦ ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଅପରାଧି ପ୍ରମୋଦ ବାରିକ ଆହତ ହୋଇଛି। ତାକୁ ମେକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜିଠୁ ଭାରତ–ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ

ଆଜିଠାରୁ ଆରମ୍ଭ ହେଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ୍। ତିନିମ୍ୟାଚ୍ ବିଶିଷ୍ଟ ଏହି ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦୁଇଦଳ। ରବିବାର ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ଏହି ମ୍ୟାଚ୍ ଖେଳାଯିବ।

ପ୍ରଥମ ଟି-୨୦ରେ ରୋହିତଙ୍କ ଉପରେ ନଜର

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଧର୍ମଶାଳାରେ ଖେଳାଯିବ। ତେବେ ଏହି ମ୍ୟାଚରେ ଭାରତୀୟ ଓପନର ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପୂର୍ବରୁ ରୋହିତ ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଦମଦାର ପ୍ରଦର୍ସନ କରିଥିଲେ।

ଅକ୍ଟୋବର ୧୦ରେ ଲଞ୍ଚ ହେବ ‘ୱାନପ୍ଲସ୍‌ ୭ଟି ପ୍ରୋ’ ସ୍ମାର୍ଟଫୋନ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ୱାନ୍‌ପ୍ଲସ୍‌ ଖୁବ୍‌ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଅପକମିଙ୍ଗ୍‌ ସ୍ମାର୍ଟଫୋନ ‘ୱାନପ୍ଲସ୍‌ ୭ଟି’ ଏବଂ ‘ୱାନପ୍ଲସ୍‌ ୭ଟି ପ୍ରୋ’। ତେବେ ଲଞ୍ଚିଂ ପୂର୍ବରୁ ଏହାର କିଛି ଫିଚର ସାମ୍ନାକୁ ଆସିଛି। ତେବେ ଆସନ୍ତୁ ନଜର ପକାଇବା ଏହାର ଫିଚର ଓ ସ୍ପେସିଫିକେସନ ଉପରେ।

ପ୍ରସବ ପରେ ତ୍ଵଚାର ଯତ୍ନ

ପ୍ରସବ ପରେ ମା’ମାନେ ଛୁଆର ଯତ୍ନ ନେବାରେ ହିଁ ଅଧିକ ସମୟ ନେଇଥା’ନ୍ତି।। ତ୍ୱଚାର ଯତ୍ନ ନେବାକୁ ଯଥେଷ୍ଟ ସମୟ ମିଳି ନଥାଏ। ଏମିତିରେ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଚମକ ରହେ ନାହିଁ। କଳାଦାଗ ଆଉ ବ୍ରଣ ଭଳି ବିଭିନ୍ନ ତ୍ୱଚା ସମସ୍ୟା ଦେଖାଦିଏ। ଏଥିପାଇଁ ନିଜ ପାଇଁ ୧୦ ମିନିଟ୍‌ ସମୟ ବାହାର କରନ୍ତୁ। ଘରେ ହିଁ ନିଜର ତ୍ୱଚାର ଯତ୍ନ ନିଅନ୍ତୁ।

ରିଅଲ୍‌ ଲାଇଫ୍‌ରେ କେମିତି ଆୟୁଷ୍ମାନ ଖୁରାନା?

“ଡ୍ରିମ୍ ଗାର୍ଲ” ଅଭିନେତା ଆୟୁଷ୍ମାନ୍ ଖୁରାନା। ବଲିଉଡର ମଲ୍ଟିଟାଲେଣ୍ଟେଡ୍ ଆଉ ଫନିଏଷ୍ଟ୍ ଆକ୍ଟର୍। ସମସ୍ତେ ତାଙ୍କ ଅଭିନୟ ଆଉ ଫିଲ୍ମଗୁଡିକ ବିଷୟରେ ସବୁକିଛି ଜାଣନ୍ତି। ହେଲେ ଦର୍ଶକ ଆୟୁଷ୍ମାନଙ୍କ ବ୍ୟକ୍ତିଗତ ଜୀବନରେ ବଶେଷ କିଛି ଜାଣିନଥିବେ। ଫିଲ୍ମରେ ଯେମିତି, ବାସ୍ତବ ଜୀବନରେ ବି ଆୟୁଷ୍ମାନ କ’ଣ ସେମିତି? ଏମିତି ଅନେକ ପ୍ରଶ୍ନ ଦର୍ଶକଙ୍କ ମନରେ ସୃଷ୍ଟି ହେଉଥିବ।

ଓସାମା ବିନ୍‌ ଲାଡେନର ପୁଅ ହମ୍‌ଜା ବିନ୍‌ ଲାଡେନ ନିହତ!

ଆତଙ୍କବାଦୀ ଓସାମା ବିନ୍‌ ଲାଡେନର ପୁଅ ତଥା ଅଲକାଏଦା ମୁଖ୍ୟ ହମ୍‌ଜା ବିନ୍‌ ଲାଡେନ ନିହତ। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସ୍ପଷ୍ଟ କରିଛନ୍ତି। ଶନିବାର ହ୍ୱାଇଟ୍ ହାଉସ୍‌ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଜରିଆରେ ଟ୍ରମ୍ଫ ସାରା ବିଶ୍ୱକୁ ଏହି ଖବର ଜଣାଇଛନ୍ତି।

ଆଇଆଇସିଙ୍କୁ 5-T ସଚିବ ପାଣ୍ଡିଆନ୍‌ଙ୍କ ମନ୍ତ୍ର: ଲୋକଙ୍କ ପାଇଁ ଭଲ କାମ କଲେ ପୁରସ୍କାର

‘ଲୋକଙ୍କ କଥା ଶୁଣ ଏବଂ ସେମାନଙ୍କ ପାଇଁ ଭଲ କାମ କର’ – ଏହି ମର୍ମରେ ସବୁ ଥାନା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5-T ସଚିବ ଭି କେ ପାଣ୍ଡିଆନ୍‌। ଭଲ କାମ କରୁଥିବା ଆଇଆଇସିଙ୍କୁ ପୁରସ୍କାର ସ୍ୱରୂପ ପଦୋନ୍ନତି ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏବେ ଅନ୍‌ଲାଇନ୍‌ରେ ମିଳିବ ଜେଲ୍‌ କଏଦୀଙ୍କ ହାତ ରନ୍ଧା ଖାଦ୍ୟ

ଜେଲ୍‌ରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏଣିକି ଅନ୍‌ଲାଇନ୍‌ରେ ବିକ୍ରି ହେବ। କେରଳର ତ୍ରିସୁରସ୍ଥିତ ଭିୟୁର ସେଣ୍ଟ୍ରାଲ୍ ଜେଲ୍‌ କର୍ତ୍ତୃପକ୍ଷ ଏନେଇ ଅନ୍‌ଲାଇନ୍‌ ଫୁଡ ଡେଲଭରୀ ସଂସ୍ଥା ‘ସ୍ୱିଗୀ’ ସହ ହାତ ମିଳାଇଛନ୍ତି। ତେବେ ଖୁବ୍‌ଶୀଘ୍ର ସାଧାରଣ ଲୋକେ କଏଦୀମାନଙ୍କ ହାତ ତିଆରି ଖାଦ୍ୟ ଅନ୍‌ଲାଇନ୍ ପାଇପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comment