ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ସହ ଦେଶବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ଏଣିକି ନୂଆ ଡ୍ରେସ କୋଡ୍‌ରେ ନଜର ଆସିବେ ଅଗ୍ନିଶମ କର୍ମଚାରୀ

ଏଣିକି ନୂଆ ଡ୍ରେସ କୋଡ୍‌ରେ ନଜର ଆସିବେ ଅଗ୍ନିଶମ କର୍ମଚାରୀ। ରାଜ୍ୟ ଅଗ୍ନିଶମ କର୍ମଚାରୀଙ୍କ ଲାଗି ନୂଆ ଡ୍ରେସ କୋଡ୍‌ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶେଷ-୨୦: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ଚାଲିଥିବା ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧଓ୍ଵନ ପାଳି ଆରମ୍ଭ କରିବେ। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ଧର୍ମଶାଳରେ ବାତିଲ ହୋଇଥିଲା। ହେଲେ ଦ୍ଵିତୀୟ ମ୍ୟାଚ ମୋହାଲି ଭାରତ ୭ ଓ୍ଵିକେଟରେ ବାଜି ମାରିନେଇଥିଲା।

ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ଦିନିକିଆ ଭତ୍ତା ହେଲା ଦୁଇଗୁଣା, ଜାଣନ୍ତୁ କେତେ ପାଇବେ?

ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ବିଦେଶ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ସେଥିପାଇଁ ପ୍ରଶାସକ ସମିତି(ସିଓଏ) ଖେଳାଳିଙ୍କ ଦିନିକିଆ ଭତ୍ତାକୁ ଦୁଇଗୁଣା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପିଆଜ ଦର ଆକାଶ ଛୁଆଁ – ୫୦ ଡେଇଁଲା କିଲୋ

କନ୍ଦାଇଲା ପିଆଜ। କିଲୋ ପିଛା ୫୦ ଡେଇଁଲା। ପିଆଜ ଦର ଆକାଶଛୁଆଁ ହେବା ବେଳେ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ। ଶନିବାର ରାଜଧାନୀ ଭୁବନେଶ୍ୱର ବଜାରରେ ପିଆଜ ଦର ୫୦ ଟଙ୍କା ପାର କରିଥିଲା। ତେବେ ଛୋଟ ଛୋଟ ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ମଧ୍ୟ କୁହାଯାଉଛି। ତେବେ ହଠାତ ପିଆଜ ଦରରେ ନିଆଁ ଲାଗିବା ଫଳରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି।

ଦରମା ନେବେନି ରାଜ୍ୟ ସରକାରଙ୍କ ପରାମର୍ଶଦାତା

ଦରମା ନେବେନି ରାଜ୍ୟ ସରକାରଙ୍କ ପରାମର୍ଶଦାତା। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସରକାରଙ୍କ ସମସ୍ତ ପରାମର୍ଶଦାତା। କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଷଣ୍ଢକୁ ଧକ୍କା ଦେଇ ଫସିଲେ ମଦ ବେପାରୀ, ଖାଇଲେ ଛେଚା

ଷଣ୍ଢକୁ ଧକ୍କା ଦେଇ ଧରା ପଡ଼ିଲେ ମଦ ବେପାରୀ। ପରେ ସ୍ଥାନୀୟ ଲୋକଙ୍କଠାରୁ ଛେଚା ମଧ୍ୟ ଖାଇଲେ। ଏହାସହ ସେମାନଙ୍କଠୁ ୪୦୦ ଲିଟର ମଦ ମଧ୍ୟ ଜବତ କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ନିକଟ ସାହାସପୁର ଅଞ୍ଚଳରେ।

ଏସ୍‌ଆଇଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା କନେଷ୍ଟବଳ

ଅବକାରୀ ବିଭାଗର ଜଣେ ଏସ୍‌ଆଇଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ମହିଳା କନେଷ୍ଟବଳ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରରେ। ଏସ୍‌ଆଇ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା କନେଷ୍ଟବଳ ଜଣକ ଅଭିଯୋଗ କରିଛନ୍ତି।

ପିଆଜ ଦର ଆକାଶ ଛୁଆଁ – ୫୦ ଡେଇଁଲା କିଲୋ

କନ୍ଦାଇଲା ପିଆଜ। କିଲୋ ପିଛା ୫୦ ଡେଇଁଲା। ପିଆଜ ଦର ଆକାଶଛୁଆଁ ହେବା ବେଳେ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ। ଶନିବାର ରାଜଧାନୀ ଭୁବନେଶ୍ୱର ବଜାରରେ ପିଆଜ ଦର ୫୦ ଟଙ୍କା ପାର କରିଥିଲା। ତେବେ ଛୋଟ ଛୋଟ ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ମଧ୍ୟ କୁହାଯାଉଛି। ତେବେ ହଠାତ ପିଆଜ ଦରରେ ନିଆଁ ଲାଗିବା ଫଳରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି।

ଦରମା ନେବେନି ରାଜ୍ୟ ସରକାରଙ୍କ ପରାମର୍ଶଦାତା

ଦରମା ନେବେନି ରାଜ୍ୟ ସରକାରଙ୍କ ପରାମର୍ଶଦାତା। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସରକାରଙ୍କ ସମସ୍ତ ପରାମର୍ଶଦାତା। କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

କ୍ରିକେଟ୍ ବେଟିଙ୍ଗ୍‌ର ପର୍ଦ୍ଦାଫାସ କଲା ରାୟଗଡ଼ା ପୋଲିସ, ୫ଜଣ ଗିରଫ

ଯୁବପିଢ଼ିଙ୍କୁ ଘେରିଛି ବେଟିଙ୍ଗ ନିଶା। ମୋଟା ଅଙ୍କର ଟଙ୍କା ପାଇବା ଲୋଭରେ ପାଠପଢ଼ା ଛାଡ଼ି ଅନଲାଇନ କ୍ରିକେଟ୍‌ ବେଟିଙ୍ଗ ଆଡ଼େ ମୁହାଁଉଛନ୍ତି ଶିକ୍ଷିତ ଯୁବ ଛାତ୍ରଛାତ୍ରୀ। ଶନିବାର ବିଳମ୍ବିତ ରାତିରେ ରାୟଗଡ଼ା ଟାଉନ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହର ସ୍ଥିତ ରାଣୀଗୁଡ଼ା ଫାର୍ମ ଅଞ୍ଚଳ ଲକ୍ଷ୍ମୀ ନାରାୟଣ ସାହିରେ ଚାଲିଥିବା ଏକ ଅନଲାଇନ କ୍ରିକେଟ ବେଟିଙ୍ଗ୍‌ ଆଡ୍ଡା ଉପରେ ଚଢ଼ଉ କରିଛି। ଏଥିରେ ସମ୍ପୃକ୍ତ ୫ଜଣ ବେଟିଙ୍ଗ ଫିକ୍ସରଙ୍କୁ ପୋଲିସ ଗିରଫ କରିଛି।

ମୟୁରଭଞ୍ଜ: ଭୂତ ଭୟରେ ହଷ୍ଟେଲ ଛାଡ଼ିଲେ ୫ ଛାତ୍ର  

ଭୂତ ଭୟରେ ହଷ୍ଟେଲ ଛାଡ଼ିଲେ ୫ ଛାତ୍ର। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅନ୍ତର୍ଗତ ଖଇରା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ। ହଷ୍ଟେଲରେ ଭୂତ ଭୟରେ ଛାତ୍ରମାନେ ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି।

ଭୁବନେଶ୍ଵର: କୁଆଖାଇ ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଜଧାନୀ ଭୁବନେଶ୍ଵରରୁ ମିଳିଲା ଯୁବକଙ୍କ ମୃତଦେହ। ବାଲିଅନ୍ତା ଥାନା କୁଆଖାଇ ନଦୀକୂଳରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କଲା ଅଗ୍ନୀଶମ ବାହିନୀ। ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

କିଏ ହେବ ବିଜେପୁରର ବିଜେପି ପ୍ରାର୍ଥୀ? ଜାଣନ୍ତୁ କ’ଣ କହିଲେ ବସନ୍ତ ପଣ୍ଡା

ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଛି କସରତ। କିଏ ହେବ ବିଜେପୁରର ବିଜେପି ପ୍ରାର୍ଥୀ? ଏନେଇ ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଜ ପ୍ରତିକ୍ରିୟା ରଖିଛନ୍ତି।

ଡ୍ରଗ୍ସ ମାଫିଆ ସେକ ରାଜା ଘରେ ଏସଟିଏଫ ଚଢ଼ାଉ

ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆ ସେକ ରାଜାର ବିଦେଶୀ ଲିଙ୍କ ନେଇ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଏନେଇ ଆଜି କ୍ରାଇମବ୍ରଞ୍ଚର ଏସଟିଏଫ ଟିମ୍‌ ରାଜା ଘରେ ଚଢ଼ାଉ କରିଛି। ୫ ଜଣିଆ ସଶସ୍ତ୍ର ଟିମ୍‌ ରାଜାର ବାଲେଶ୍ଵରସ୍ଥିତ ଅରଡ଼ବଜାର ଘରେ ଚଢ଼ାଉ ଜରି ରଖିଛନ୍ତି।

ଲଦାଖରେ ଫସିଛନ୍ତି ୬ ଓଡ଼ିଆ ପର୍ବତାରୋହୀ

ଲଦାଖରେ ଫସି ରହିଛନ୍ତି ୬ ଓଡ଼ିଆ ପର୍ବତାରୋହୀ। ମାଉଣ୍ଟ ଷ୍ଟକ କାଙ୍ଗ୍ରୀ ଚଢ଼ିବା ବେଳେ ପ୍ରତିକୂଳ ପାଗର ଶିକାର ହୋଇ ଫସି ରହିଛନ୍ତି। ପର୍ବତ ଉପରେ ନିଶ୍ଵାସ ନେବାରେ ଅସୁବିଧା ହେବାରୁ ସେମାନେ ଦୁର୍ବଳତା ଅନୁଭବ କରିଥିଲେ।

ଓଡ଼ିଶା ଗସ୍ତରେ ଆନ୍ଧ୍ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ

ଓଡ଼ିଶା ଗସ୍ତରେ ଆସିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ। ରାଜ୍ୟପାଳ ଭାବେ ଦାୟିତ୍ଵ ନେବା ପରେ ଏହା ତାଙ୍କ ପ୍ରଥମ ଓଡ଼ିଶା ଗସ୍ତ। ସେ ପ୍ରଥମେ ଭୁବନେଶ୍ଵରରେ ପହଞ୍ଚି ମହାପ୍ରଭୁ ଲିଙ୍ଗରାଜକଙ୍କୁ ଦର୍ଶନ କରିଥିଲେ।

Comment