ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଓ ମାଓବାଦୀ ମୁହାଁମୁହିଁ ହେବା ସମୟରେ ଏକ ଡିଜେଲ ଟ୍ୟାଙ୍କର ବିସ୍ଫୋରଣ କରିଛନ୍ତି ମାଓବାଦୀ। ଏଥିରେ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଏବେ ମଧ୍ୟ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।

ଟ୍ୟାଙ୍କରରେ ଆଇଇଡି ଲଗାଇ ବିସ୍ଫୋରଣ କରାଯାଇଥିବା ଜଣାପଡ଼ିଛି। ସଂପୃକ୍ତ ଅଞ୍ଚଳରେ ଆହୁରି ଆଇଇଡି ଖଞ୍ଜା ଯାଇଥାରେ ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କମ୍ବିଂ ଅପରେସନ ଜୋରଦାର କରିଛି ପୋଲିସ୍‌।

Comment