ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ଧନ ବ୍ୟାଙ୍କ ଉପରେ ଲାଗିଲା ୧ କୋଟି ଟଙ୍କାର ଜରିମାନା। ନିଜର ଲାଇସେନ୍ସ ନିୟକୁ ପାଳନ କରିବାରେ ବିଫଳ ହେବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବନ୍ଧନ ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଛି। ବ୍ୟାଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପ୍ରୋମୋଟର ସେୟାରହୋଲ୍ଡର ୪୦ ପ୍ରତିଶତରୁ କମ କରିବାରେ ଅସମର୍ଥ ହୋଇଥିବାରୁ ଆର୍‌ବିଆଇ ବନ୍ଧନ ବ୍ୟାଙ୍କ ଉପରେ ଏହି ଜରିମାନା ଲଗାଇଛି।

୨୦୧୪ ମସିହାରେ ଆର୍‌ବିଆଇ ବନ୍ଧନ ବ୍ୟାଙ୍କକୁ ସାମାନ୍ୟ ଲାଇସେନ୍ସ ପ୍ରଦାନ କରିଥିଲା। ୨୦୧୫ରୁ ବନ୍ଧନ ବ୍ୟାଙ୍କ ପୂର୍ଣ୍ଣ ଭାବେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ଆର୍‌ବିଆଇ ନିୟମ ଅନୁଯାୟୀ, ନୂଆ ଭାବେ ଆରମ୍ଭ ହୋଇଥିବା ବ୍ୟାଙ୍କ ୩ ବର୍ଷ ମଧ୍ୟରେ ଏହାର ପ୍ରୋମୋଟର ସେୟାହୋଲ୍ଡିଂକୁ ୪୦ ପ୍ରତିଶତରୁ କମ କରିବା ଆବଶ୍ୟକ। ହେଲେ ବ୍ୟାଙ୍କ ଏଥିରେ ଅସଫଳ ହୋଇଥିବାରୁ ଆର୍‌ବିଆଇ ବନ୍ଧନ ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଛି।

ବନ୍ଧନ ବ୍ୟାଙ୍କ ସହିତ ଆର୍‌ବିଆ ଜନତା ସହକାରୀ ବ୍ୟାଙ୍କ ଉପରେ ୧ କୋଟି ଏବଂ ଜଲଗାଁଓ ଫିପୁଲ ସହକାରୀ ବ୍ୟାଙ୍କ ଉପରେ ମଧ୍ୟ ୨୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।

ନିକଟରେ ‘ବନ୍ଧନ ବ୍ୟାଙ୍କ’ ୫ ବର୍ଷରୁ କମ୍‌ ସମୟ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାର କାରବାର କରିଥିବା ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କ ମୋଟ ୧, ୧୩,୩୮୧ କୋଟି ଟଙ୍କାର କାରବାର କରିଛି। ଏହା ମଧ୍ୟରୁ ବ୍ୟାଙ୍କ ୪୯,୧୯୫ କୋଟି ଟଙ୍କା ଜମା ନେଇଥିବା ବେଳେ ୬୪,୧୮୬ କୋଟି ଟଙ୍କା ଋଣ ଆକାରରେ ବାହାରକୁ ଦେଇଛି।

Comment