ଓଡ଼ିଶାଲାଇଭ୍‌ ବ୍ୟୁରୋ

Samir Dash

ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଖୋଲିବ ଆଦର୍ଶ ବିଦ୍ୟାଳୟ। ଏନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏହାସହ ୨୦୨୦ ମାର୍ଚ୍ଚ ମାସରୁ ଏହି ସ୍କୁଲରେ ପାଠପଢ଼ା ଆରମ୍ଭ ହେବ। ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ୩୬ଟି ବ୍ଲକରେ ମଧ୍ୟ ଏହି ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏନେଇ ଆଦର୍ଶ ବିଦ୍ୟାଳୟ ଗଭର୍ଣିଂ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟର ୨୧୪ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏହି ସ୍କୁଲ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ ଗଠନରେ ବେଶ୍ ସହାୟକ ହୋଇପାରିବ ବୋଲି ଆଶା ରଖାଯାଇଛି।

Comment