ଓଡ଼ିଶାଲାଇଭକ୍‌ ବ୍ୟୁରୋ

ଗଞ୍ଜେଇ ଚାଷକୁ ତୀବ୍ର ବିରୋଧ କରି ଅବକାରୀ ବିଭାଗ ଓ ପୋଲିସ ସହିତ ଯୁକ୍ତିତର୍କ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ।

ମଦ ଦୋକାନ ବନ୍ଦ ନକରି ଗଞ୍ଜେଇ ଗଛ କାହିଁକି ନଷ୍ଟ କରୁଛ ବୋଲି କହି ଗ୍ରାମବାସୀ ଅବକାର ବିଭାଗ ସହ ଯୁକ୍ତି କରିଛନ୍ତି।

ଗଞ୍ଜାମ ବଡ଼ଗଡ଼ ଥାନା ଖଜୁରୀପଦା ଅଞ୍ଚଳରେ ପ୍ରାୟ ୪୦ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା। ଶୁକ୍ରବାର ସକାଳେ ଅବକାର ବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଗ୍ରାମବାସୀଙ୍କ ଏହାକୁ ବିରୋଧ କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଉତ୍ତେଜନା ପାଇଁ ଆସିକା ଏସ୍‌ଡିପିଓ, ଗଞ୍ଜାମ ଡିସିପି ୩ ପ୍ଲାଟୁନ ପୋଲିସ୍‌ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Comment