ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ କଣ୍ଠଶିଳ୍ପୀ ଅଦ୍‌ନାନ୍‌ ସାମୀ ଗୋଟେ ସମୟରେ ନିଜର ମୋଟାପଣକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ। ସେତେବେଳେ ତାଙ୍କ ଓଜନ ପାଖାପାଖି ୨୨୦ରୁ ୨୩୦ କିଲୋଗ୍ରାମ ଥିଲା। ହେଲେ ନିକଟରେ କିଛି ବର୍ଷ ତଳେ ଅଦ୍‌ନାନ୍‌ ସାମୀ ସମସ୍ତଙ୍କୁ ଚମକାଇ ୭୫ କିଲୋଗ୍ରାମର ସ୍ଲିମ୍‌ ଓ ଫିଟ୍‌ ଲୁକ୍‌ରେ ନିଜର ଆସିଥିଲେ। ତାଙ୍କ ଓଜନ କମିବା ନେଇ ବଲିଉଡ୍‌ ଜବତରେ ଚହଳ ପଡ଼ିଯାଇଥିଲା।

କଣ୍ଠଶିଳ୍ପୀ ଅଦ୍‌ନାନ୍‌ ସାମୀଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଦୁଃଖ ଖବର। ପୁଣିଥରେ ଅଦ୍‌ନାନ୍‌ ସାମୀଙ୍କ ଓଜନ ବଢ଼ିବାରେ ଲାଗିଛି। ନିକଟରେ ପତ୍ନୀ ଏବଂ ଝିଅ ସହ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଏଠାରେ ଅଦ୍‌ନାନ୍‌ ସାମୀଙ୍କ ଓଜନ ପୁଣିଥରେ ବଢ଼ିଥିବା ଦେଖିବାକୁ ମିଳିଛି।

ଅଦ୍‌ନାନ୍‌ ସାମୀ ହେଉଛନ୍ତି ଜଣେ ପାକିସ୍ତାନୀ କଣ୍ଠଶିଳ୍ପୀ। କଭି ତୋ ନଜରେ, ଥୋଡି ସି ଲିଫ୍ଟ କରାଦେ ଭଳି ସଙ୍ଗୀତ ଭାରତରେ ବେଶ୍‌ ବୋଲିପ୍ରିୟତା ହାସଲ କରିଥିଲା। ସେ ବଲିଉଡ୍‌ରେ ମଧ୍ୟ ଅନେକ ଫିଲ୍ମରେ ନିଜର କଣ୍ଠଦାନ କରିଛନ୍ତି। ବଜରଙ୍ଗୀ ଭାଇଜାନ, ଖୋସଲା କି ଘୋଷ୍‌ଲା, ଧମାଲ, ଲାଇଫ୍‌ ଇନ୍‌ ଏ ମେଟ୍ରୋ ଭଳି ବହୁ ଫିଲ୍ମରେ ଅଭିନୟ କରିଛନ୍ତି।

Comment