ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଓବାଦୀମାନେ ଆଜିଠାରୁ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି। ଫଳରେ ମାଓ ପ୍ରବଣ ଅଞ୍ଚଳରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ମାଓବାଦୀଙ୍କ ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

କୋରାପୁଟର ନାରାୟଣପାଟଣା, ବନ୍ଧୁଗାଁ, ପଟାଙ୍ଗୀ, ନନ୍ଦପୁର, ଲମତାପୁଟ ଓ ପାଡ଼ୁଆରେ ବ୍ୟାପକ ସର୍ତକତା ଅବଲମ୍ବନ କରାଯାଉଛି ।

ସେହିପରି ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବିଏସ୍ଏଫ, ସିଆରପିଏଫ୍‌, ଏସ୍‌ଓଜି ଯବାନଙ୍କୁ ଆଲର୍ଟ ରଖାଯାଇଛି। କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ସୀମାନ୍ତରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।

Comment