ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ପାସ୍‌ ହେବା ପରେ ଏହାକୁ ସମାଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ମଙ୍ଗଳବାର ଇମ୍ରାନ୍‌ ଟୁଇଟ୍‌ କରି ଏହି ବିଲ୍‌କୁ ମୋଦୀ ସରକାରଙ୍କ ଫାଶୀବାଦ୍‌ ନୀତି ବୋଲି କହିଛନ୍ତି।

ଇମ୍ରାନ ଲେଖିଛନ୍ତି, “ଭାରତୀୟ ଲୋକସଭାରେ ଗୃହୀତ ହୋଇଥିବା ନାଗରିକତା ଶଂସୋଧନ ବିଲ୍‌ ମୁଁ କଡ଼ା ନିନ୍ଦା କରିଛି। ଏହା ଆନ୍ତର୍ଜାତୀୟ ମାନବାଧିକାର ଆଇନ୍‌ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ଚୁକ୍ତି ବିରୋଧୀ। ଭାରତକୁ ହିନ୍ଦୁ ରାଷ୍ଟ୍ର ନିର୍ମାଣ କରିବାରେ ଆର୍‌ଏସ୍‌ଏସ୍‌ର ଟାର୍ଗେଟ୍‌କୁ ପାଶୀବାଦ ମୋଦି ସରକାର ଆଗକୁ ନେଉଛି।”

ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ପାସ୍‌ ହୋଇଛି। ଆସନ୍ତାକାଲି ଏହି ରାଜ୍ୟ ସଭାରେ ଉପସ୍ଥାପନା ହେବ। ତେବେ ରାଜ୍ୟ ସଭାରେ ଏହି ବିଲ୍‌ ପାରିତ ହେଲେ ରାଷ୍ଟ୍ରପତିଙ୍କ ମୋହର ବାଜି ଆଇନ୍‌ରେ ପରିଣତ ହେବ।

ନାଗରିକତା ସଂଶୋଧନ ବିଲ୍‌-୨୦୧୯ ଅନୁଯାୟୀ, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ରହୁଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତରେ ନାଗରିକତା ମିଳିବା।

Comment