ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ଥମୁନି ସିଏଏ ହିଂସା। ଗୁରୁବାର ମୃତ୍ୟୁ ସଂଖ୍ୟା ୩୪ ଥିବା ବେଳେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି। ସ୍ଥିତିକୁ ସ୍ୱାଭାବିକ କରିବା ଲାଗି ଘଟଣାସ୍ଥଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ସଶସ୍ତ୍ର ପୋଲିସ ବଳ ମୁତୟନ ହୋଇଥିଲେ। ଏହା ସହ ସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଆଇଟିବିପି, ବିଏସଏଫ୍ ଏବଂ ସିଆରପିଏଫ୍ ସମେତ ଅର୍ଦ୍ଧସୈନିକ ବଳର ୪୫ଟି କମ୍ପାନିକୁ ମୁତୟନ କରାଯାଇଥିଲା।

ହିଂସା ଯେମିତି ଆରମ୍ଭ ନହେଉ ସେନେଇ ୭ ହଜାର ଅର୍ଦ୍ଧସୈନିକ ବଳ ଏବେ ମଧ୍ୟ ହିଂସା ହୋଇଥିବା ଅଞ୍ଚଳରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି। ବିଶେଷ କରି ସିଲମପୁର, ମଉଜପୁରକୁ ନଜରରେ ରଖିଛି ପୋଲିସ। ଆଗକୁ ଯେଭଳି କିଛି ଅପ୍ରୀତିକାର ଘଟଣା ଘଟିବ ନାହିଁ ସେଥିପ୍ରତି ସଜାଗ ରହିଛି ପୋଲିସ।

ଏହାସହ ବର୍ତ୍ତମାନ ସୁଦ୍ଧା ପୋଲିସ ୪୮ଟି ଏଫଆଇଆର ଦାଖଲ କରିଛି।

Comment