ଓଡ଼ିଶାଲାଇଭ୍‌ ବ୍ୟୁରୋ

ୠଷିଆରେ ଅଟକି ରହିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଜୁନ ୨ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଲାଗିବ। ବନ୍ଦେ ମାତରଂ ମିଶନ ଅନ୍ତର୍ଗତ ବିଦେଶରେ ଫସି ରହିଥିବା ଏହି ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ଏକ ସ୍ୱତନ୍ତ୍ର ବିମାନ ଜୁନ ୨ ସକାଳ ୬ଟା୪୦ରେ ଦିଲ୍ଲୀ ବିମାନ ବନ୍ଦରରୁ ଉଡାଣ ଭରିବ।

ମସ୍କୋରୁ ଏହି ବିମାନ ଦିନରେ ବାହାରି ଦିଲ୍ଲୀ ବିମାନ ବନ୍ଦରରେ ରାତି ୮ଟା୪୦ରେ ପହଞ୍ଚିବ। ଦିଲ୍ଲୀରୁ ବିମାନଟି ଗୌହାଟି ଯିବ। ସେଠାରେ ଆସାମର ଛାତ୍ରଛାତ୍ରୀଙ୍କୁ ଓହ୍ଲାଇବା ପରେ ତାହା ଭୋର ୩ଟାରେ ଭୁବନେଶ୍ୱର ପହଞ୍ଚିବ।

ପୂର୍ବରୁ ବନ୍ଦେ ମାତରଂ ଯୋଜନା ଅନୁସାରେ ୩୦୦ରୁ ଅଧିକ ଓଡ଼ିଆ ଏନଆରଆଇ ଦୁବାଇରୁ ଦୁଇଟି ବିମାନରେ ଫେରିଥିଲେ। ଗୋଟିଏ ମାଲେସିଆରୁ ଆସିଥିବା ବେଳେ ଅନ୍ୟଟି ଆବୁଧାବିରୁ ଆସିଥିଲା।

Comment