ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ଓ ଗୁଜରାଟ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ନିସର୍ଗ ଆଜି ସ୍ଥଳଭାଗ ଛୁଇଁବ। ମୁମ୍ବାଇର ୯୬ କିଲୋମିଟର ଦକ୍ଷିଣରେ ଥିବା ଆଲିବାଗ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବାତ୍ୟା ନିସର୍ଗ ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି। ବୁଧବାର ଦିନ ୧ଟାରୁ ୩ଟାରେ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ଏବେ ସୁଦ୍ଧା ବାତ୍ୟା ନିସର୍ଗ ମୁମ୍ବାଇଠାରୁ ୧୯୦ କିଲୋମିଟର ଦୂରରେ ରହିଥିବାବେଳେ ଆଲିବାଗଠାରୁ ୧୪୦ କିଲୋମିଟର ଦୂରରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ସ୍ଥଳଭାଗ ଛୁଇଁବା ସମୟରେ ସେଠାରେ  ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହିତ ୨ ମିଟର ଉଚ୍ଚର ଜୁଆର ମଧ୍ୟ ଉଠିବ ବୋଲି କୁହାଯାଇଛି। ଉତ୍ତର ମହାରାଷ୍ଟ୍ର ସହିତ ଦକ୍ଷିଣ ଗୁଜରାଟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

Comment