ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁରରେ ନିୟନ୍ତ୍ରିତ ବଜାର କମିଟି (ଆରଏମସି)ରଏକ ନୂଆ କାର୍ଯ୍ୟାଳୟ ଏବଂ ଏକ ଚାଷୀ ସୂଚନା କେନ୍ଦ୍ର ଉଦଘାଟିତ ହୋଇଛି। ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଏବଂ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନବରଙ୍ଗପୁର ଜିଲ୍ଲାର ଗସ୍ତରେ ଯାଇ ଏହାକୁ ଉଦଘାଟନ କରିଥିଲେ। ଏଥିସହିତ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ୧୦୦ଟି ଦୋକାନ ଗୃହ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସର ମଧ୍ୟ ଉଦଘାଟନ କରିଥିଲେ।

ତେବେ ଏହି ଉଦଘାଟନୀ ଉତ୍ସବକୁ କିଛି ଚାଷୀଙ୍କୁ ନେଇ  ବିରୋଧୀ ବିଜେପି ଓ କଂଗ୍ରେସ ଦଳ ତରଫରୁ ବିରୋଧ କରାଯାଇଥିଲା। ସେମାନେ ଜିଲ୍ଲାରେ ମଣ୍ଡି ବିଫଳ ନେଇ ଧାରଣାରେ ବସିଥିଲେ । ଜିଲ୍ଲାପାଳ ଆସି ଧାରଣାରେ ବସିଥିବା ଚାଷୀଙ୍କ ସହିତ ଆଲୋଚନା କରି ୧୫ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ମଣ୍ଡିରୁ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପଟେ ସଞ୍ଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ ଡାବୁଗାଁଠାରେ ଏକ ବ୍ରିଜର ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି , ଡାବୁଗାଁ ବିଧାୟକ ମନୋହାର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରୀଗାଁ ବିଧାୟକ ପ୍ରକାଶ ମାଝୀ ,  ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର , ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନା , ଉପ ଜିଲ୍ଲାପାଳ ଭାସ୍କର ରାଇତ, ନବରଙ୍ଗପୁର ତହସିଲଦାର ରବିନ୍ଦ୍ର ରାଉତ,  ସିଏସ ଓ ସଂଜୀବ ସାହୁ , ଆରଏମସି ସମ୍ପାଦକ ଶଶାଙ୍କ ଶେଖର ସାହାଣୀ, ଆରଏମସି କର୍ମଚାରୀ ବାବୁନି ପାଳ , ଅଜୟ କୁମାର ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Comment