ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ବିଧାନସଭା ପରିସରରେ ଏକ କ୍ୟାଣ୍ଟିନ ଖୋଲିବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓଟିଡିସି ଓ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା କର୍ମଚାରୀ ଓ ପରିଦର୍ଶକମାନଙ୍କୁ ରିହାତି ଦରରେ ଏହି କ୍ୟାଣ୍ଟିନରେ ଖାଦ୍ୟ ପଦାର୍ଥ ମିଳିବ।

ବିଧାନସଭା ପକ୍ଷରୁ ଏହି କ୍ୟାଣ୍ଟିନ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଯଥା ସ୍ଥାନ, ବିଜୁଳି, ଜଳଯୋଗାଣ ବ୍ୟବସ୍ଥା ଆଦି ଯୋଗାଇ ଦିଆଯିବ। ପାଚକ ଓ ଅନ୍ୟାନ୍ୟ କ୍ୟାଣ୍ଟିନ କର୍ମଚାରୀଙ୍କ ଖର୍ଚ୍ଚ ବି ବିଧାନସଭା ବହନ କରିବ।ଜଣେ ଅଧିକାରୀ କହିଛନ୍ତି ଯେ ପରୀକ୍ଷାମୂଳକଭାବେ ଏ ବର୍ଷ ଏହି ସୁବିଧା ଯୋଗାଇ ଦିଆଯିବ। ପରେ ଏହାକୁ ସମ୍ପ୍ରସାରଣ କରାଯିବ। ଓଟିଡିସିର ଅଧିକାରୀ ଆହୁରି କହିଛନ୍ତି କ୍ୟାଣ୍ଟିନରେ ଗ୍ରାହକଙ୍କ ପାଇଁ ଓଡିଆ ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରାଯିବ।

Comment