ଓଡ଼ିଶାଲାଇଭ୍‍ ବ୍ୟୁରୋ

ଏସ୍‌ବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ସୁଧହାର ଏବଂ ବେଞ୍ଚ ମାର୍କ (ବିପିଏଲ୍ଆର୍)ରେ ୩୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ଏହି ବ୍ୟବସ୍ଥା ନୂଆବର୍ଷର ପ୍ରଥମଦିନରୁ ଲାଗୁ ହୋଇଛି।

ଏବେ ଏସ୍‌ବିଆଇ ଗ୍ରାହକମାନଙ୍କ ପାଇଁ ସଂଶୋଧିତ ମୂଳ ସୁଧ ହାର ୮.୯୫ ପ୍ରତିଶତରୁ ୮.୬୫ ପ୍ରତିଶତକୁ ହ୍ରାସ କରିଛି। ସେହିପରି ବିପିଏଲ୍ଆର୍‌କୁ ୧୩.୭୦ ପ୍ରତିଶତରୁ ୧୩.୪୦ ପ୍ରତିଶତକୁ ବ୍ୟାଙ୍କ୍ ହ୍ରାସ କରିଛି।

ଗୃହ ଋଣ ପ୍ରୋସେସିଂ କ୍ଷେତ୍ରରେ ଦିଆଯାଇଥିବା ରିହାତିକୁ ବ୍ୟାଙ୍କ୍ ନୂଆ ଗ୍ରାହକଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ବଢ଼ାଇ ଦେଇଛି। ଏ ସମ୍ପର୍କରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପି.କେ ଗୁପ୍ତା କହିଛନ୍ତି ମୂଳ ସୁଧ ହାରରେ ହ୍ରାସ ନୂଆ ବର୍ଷ ପାଇଁ ଗ୍ରାହକମାନଙ୍କୁ ନୂତନ ଭେଟି। ଏହାଦ୍ଵାରା ବହୁସଂଖ୍ୟକ ଗ୍ରାହକ ଲାଭବାନ ହୋଇପାରିବେ ବୋଲି ଶ୍ରୀ ଗୁପ୍ତା ଆଶା କରିଛନ୍ତି।

Comment