ଓଡ଼ିଶାଲାଇଭ୍‍ ବ୍ୟୁରୋ

ମେଡିକାଲ ପ୍ରଫେସରଙ୍କ ଦରମା ବଢ଼ାଇବା ପାଇଁ ଓଡ଼ିଶା ସରକାର ଚିନ୍ତା କରିଛନ୍ତି। ରାଜ୍ୟର ଏସ୍‌ସିବି ମେଡିକାଲ କଲେଜ, ଏମ୍‌କେସିଜି,ସହୀଦ ଲକ୍ଷ୍ମଣ ନାୟକ, ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ୍ କୋରାପୁଟ, ଭୀମସାର, ବୁର୍ଲା, ବାରିପଦା ମେଡିକାଲ୍ କଲେଜର ଚୁକ୍ତିଭିତ୍ତିକ ପ୍ରଫେସର ଆସୋସିଏଟ୍ ପ୍ରଫେସରଙ୍କ ଦରମା ବଢ଼ିବ। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଅର୍ଥ ବିଭାଗକୁ ଦିଆଯାଇଥିଲା।

ଅର୍ଥ ବିଭାଗର ଅନୁମୋଦନ ପରେ ପ୍ରସ୍ତାବଟି ରାଜ୍ୟ ସରକାରଙ୍କ କୋର୍ଟରେ ଅଛି। ରାଜ୍ୟ ସରକାର ମୋହର ମାରିଲେ ପ୍ରଫେସରମାନେ ବର୍ଦ୍ଧିତ ହାରରେ ଦରମା ପାଇବେ। ବର୍ତ୍ତମାନ ଏହି ମେଡିକାଲ କଲେଜର ପ୍ରଫେସରମାନେ ମାସିକ ୯୦ ହଜାର ଟଙ୍କା ଦରମା ପାଉଛନ୍ତି। ଆସୋସିଏଟ୍ ପ୍ରଫେସରଙ୍କ ଦରମା ହେଉଛି ୭୫ ହଜାର।

ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ପ୍ରଫେସରମାନଙ୍କୁ ୧,୨୫,୦୦୦ ଆସୋସିଏଟ୍ ପ୍ରଫେସରମାନଙ୍କୁ ୧ଲକ୍ଷ ଟଙ୍କା ମାସିକ ଦରମା ମିଳିବ। ଏହାଦ୍ୱାରା ୫୦ରୁ ଅଧିକ ପ୍ରଫେସର ଉପକୃତ ହେବେ।

Comment