ଓଡ଼ିଶାଲାଇଭ୍‍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଡମଣାଛକ ନିକଟରେ ଥିବା ଭେନସ ଡେଲିମାର୍ଟରେ ନିଆଁ ଲାଗି କୋଟିଏ ଟଙ୍କାର ସମ୍ପତ୍ତି ଛାରଖାର ହୋଇଯାଇଛି।

ଏହି ବଡ଼ ଧରଣର ଅଗ୍ନିକାଣ୍ଡକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗର ୪୨ ଜଣ କର୍ମଚାରୀଙ୍କୁ ଲାଗିଥିଲା ୨ ଘଣ୍ଟାରୁ ଅଧିକ ସମୟ। ୩ ମହଲା ବିଶିଷ୍ଟ କୋଠାରେ ଭେନସ ଡେଲି ମାର୍ଟ ଚାଲିଥିଲା।

ଦ୍ୱିତୀୟ ମହଲାରେ ଥିବା ଛୋଟ ପିଲାଙ୍କ ଖେଳଣା, ମହିଳାଙ୍କ ବ୍ୟାଗ୍ ଓ ସିନ୍ଥେଟିକ୍ ସାମଗ୍ରୀରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଦ୍ୱିତୀୟ ମହଲାରୁ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡ଼ିନାହିଁ।  ବିଳମ୍ବିତ ରାତିରେ ନିଆଁ ଲାଗିଥିବାରୁ ସଟସର୍କିଟ୍ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

Comment