ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଙ୍କି: କଟକ ଜିଲ୍ଲା ବାଙ୍କିରେ ବାର୍‌ହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଙ୍କି ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଡମପଡ଼ା ବ୍ଲକର ଦୁଲଣାପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳେ ଘରେ କାମ କରୁଥିବା ବେଳେ ୩ରୁ ୪ଟି ବାର୍‌ହା ଘର ଭିତରେ ପସି ଆକ୍ରମଣ କରିଥିବା ଜଣାପଡ଼ିଛି।

ବାର୍‌ହା ଆକ୍ରମଣରେ ଗୁରୁତର ବ୍ୟକ୍ତିମାନେ ହେଲେ ଚିତ୍ତରଞ୍ଜନ ଦାସ(୫୨), ସସ୍ମିତା ପଢ଼ିହାରୀ (୪୫), ଅଲେଖ ପଣ୍ଡା (୫୫), ଅନାମ ପଣ୍ଡା (୬୨), ସୁଶାନ୍ତି ରାଉତ (୪୨)।

ଗତ ଚାରି ଦିନ ତଳେ ଗୋପାଳପୁରର ଦୁଇ ଜଣ ବ୍ୟକ୍ତି ମଧ୍ୟ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ। ବନ ବିଭାଗକୁ ଏ ବିଷରେ ଖବର ଦିଆଯାଇଥିଲେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

Comment