ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

ମୋଦିଙ୍କ ପାଇଁ ବଳି ପଡ଼ିଲେ ମହାରଥୀ!

ମୋଦିଙ୍କ ପାଇଁ ବଳି ପଡ଼ିଲେ ନବୀନଙ୍କ କ୍ୟାବିନେଟର କୁହାଳିଆ ମନ୍ତ୍ରୀ ପ୍ରଦୀପ ମହାରଥୀ। ଶନିବାର ଦିନ ବାରିପଦା ସଭାରେ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ବେଶ୍‌ ଗର୍ଜିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁକୁ ନେଇ ବାପା ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟକୁ ନେଇ ବଢ଼ୁଛି ସସପେନ୍ସ। ନିକିତାଙ୍କ ବାପା ଆଣିଲେ ହତ୍ୟା ଅଭିଯୋଗ। ତାଙ୍କ ବାପା ସନାତନ ବେହେରା ଅଭିଯୋଗ ଆଣିଛନ୍ତି ଯେ ନିକିତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି।

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଭାରତ, ୭୨ ବର୍ଷ ପରେ ପ୍ରଥମ ଥର ଜିତିଲା ଟେଷ୍ଟ ସିରିଜ

ଭାରତ ଓ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଡ୍ରରେ ଶେଷ ହୋଇଛି। ଦୁଇଦିନ ହେଲା ଲଗାତର ବର୍ଷା କାରଣରୁ ଶେଷ ମ୍ୟାଚକୁ ଡ୍ରରେ ସାରିବାକୁ ପଡ଼ଛି। ଫଳରେ ଭାରତ ଏହି ସିରିଜରେ ୨-୧ରେ ଆଗୁଆ ରହି ବିଜୟ ହାସଲ କରିଛି।

ଅଳାବାଙ୍କରେ ମର୍ମନ୍ତୁଦ ଦୁର୍ଘଟଣା, ୫ମୃତ

କୁହୁଡ଼ି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଅଳାବାଙ୍କରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ଶଶୀଭୂଷଣ ଓ ରମେଶ ମାଝି

କୃଷି ମନ୍ତ୍ରୀ ଦାୟିତ୍ୱରୁ ପ୍ରଦୀପ ମହାରଥୀ ଇସ୍ତଫା ଦେବା ପରେ ଶଶୀଭୂଷଣ ବେହେରା ଓ ରମେଶ ମାଝିଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଆଜି ଶଶୀଭୂଷଣ ବେହେରା ଦାୟିତ୍ୱ ପାଇବା ପରେ ପ୍ରତିକ୍ରିୟା ଦେଇଛନ୍ତି।

୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାନୁଆରୀ ୨୫ରେ ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେହି ଦିନ ରାହୁଲ ଏକ ସାଧାରଣ ସଭା ଓ ଦଳୀୟ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଗରିବ ସବର୍ଣ୍ଣଙ୍କ ଲାଗି ୧୦% ସଂରକ୍ଷଣକୁ ମିଳିଲା କ୍ୟାବିନେଟ ମଞ୍ଜୁରି

୨୦୧୯ ନିର୍ବାଚନକୁ ଆଉ କିଛିଟା ଦିନ ବାକି ଥିବାବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବା ସବର୍ଣ୍ଣ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି।

ମହାରଥୀଙ୍କ ଇସ୍ତଫାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ପିପିଲି ମାମଲାରେ ପ୍ରଦୀପ ମହାରଥୀ ଇସ୍ତଫା ଦେବା ପରେ ଏହାକୁ ନେଇ ରାଜନୈତିକ ମହଳରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଲାଗୁଛି ଆଗାମୀ ନିର୍ବାଚନ ଲାଗି ଉଭୟ ବିଜେପି ଓ କଂଗ୍ରେସ ଏହାକୁ ଏକ ବଡ଼ ଅସ୍ତ୍ର କରିବେ। ଏ ନେଇ କଂଗ୍ରେସର ବରିଷ୍ଠ ନେତା ସୁରରାଉତରାୟ କହିଛନ୍ତି,”ବାରିପଦାରେ ପ୍ରଧାନମନ୍ତ୍ରୀ ଯେଉଁ କଥା କହିଲେ ତାପରେ ମୁଖ୍ୟମନ୍ତ୍ରୀ ଘାଇଲା ହୋଇଗଲେ। ବାଧ୍ୟ ହୋଇ ପ୍ରଦୀପ ମହାରଥୀଙ୍କୁ କହିଲେ ଇସ୍ତଫା ଦିଅ। ଦୟାରେ ନୁହଁ ବରଂ ନିଜକୁ ବଞ୍ଚାଇବା ଲାଗି ସେ ପ୍ରଦୀପ ମହାରଥୀଙ୍କୁ ବଳି ପକାଇଛନ୍ତି। ଜଣେ ପ୍ରଧାନମନ୍ତ୍ରୀ କହିବା ପରେ ରାଜ୍ୟସରକାର କାର୍ଯ୍ୟାନୁଷ୍ଠାନ ନେବା ନିଶ୍ଚିତ ଭାବେ ନିଜ ଭାବମୂର୍ତ୍ତିକୁ ନଷ୍ଟ କରିଛି।”

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ !

ରାଉରକେଲାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏ ନେଇ ରାଉରକେଲା ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Comment