ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ନବୀନଙ୍କ ପଶ୍ଚିମ ମୋଡ଼

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ‘ଲୁକ ୱେଷ୍ଟ’ ବା ପଶ୍ଚିମକୁ ଦେଖ ନୀତି ଆପଣେଇଥିବା ଲକ୍ଷ୍ୟ କରାଯାଉଛି। ପଶ୍ଚିମ ଓଡ଼ିଶାରେ ବିଜେଡିରସ୍ଥିତି ଦୁର୍ବଳ ଥିବା କାରଣରୁ ସେ ସେହି ଅଞ୍ଚଳ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଲୁକ ଇଷ୍ଟ’ ନୀତି ଗ୍ରହଣ କରିଥିବା ବେଳେ ନବୀନଙ୍କ ‘ଲୁକ ୱେଷ୍ଟ’ ରଣନୀତିର ଉଦ୍ଦେଶ୍ୟ ହେଉଛି ସମଗ୍ର ଓଡ଼ିଶାକୁ କବଳିତ କରିବା।

ମମତା ବନାମ ସିବିଆଇ, ସୁପ୍ରିମକୋର୍ଟରୁ ସିବିଆଇକୁ ଝଟକା, ମଙ୍ଗଳବାର ହେବ ଶୁଣାଣି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତିସାରା ଧାରଣାରେ ବସିଛନ୍ତି। କୋଲକାତା ମେଟ୍ରୋ ଷ୍ଟେସନ ସମ୍ମୁଖରେ ଦଳୀୟ ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ମମତା। କୋଲକାତା ପୋଲିସ କମିଶନରଙ୍କୁ ଜେରା କରିବାକୁ ଯାଇଥିବା ସିବିଆଇକୁ ବିରୋଧ କରି ମମତା ବାନାର୍ଜୀ ଧାରଣାରେ ବସିଛନ୍ତି।

କୋର୍ଟରେ ସିବିଆଇ, ରାସ୍ତାରେ ଉପରେ ମମତା, ମୋଦି ସରକାର ଖୋଜୁଛନ୍ତି ମୁକାବିଲାର ବାଟ

ରବିବାର ସଂଧ୍ୟାରୁ କୋଲକାତା ମେଟ୍ରୋ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧାରଣା ଜାରି ରହିଛି। ମମତାଙ୍କ ସହିତ ଟିଏମସିର କିଛି ବରିଷ୍ଠ ନେତା କର୍ମୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।

ଆପଣଙ୍କ ବାର୍ଷିକ ରୋଜଗାର ୧୦ ଲକ୍ଷ ଟଙ୍କା ହୋଇଥିଲେ ବି ପଡ଼ି ନପାରେ ଆୟକର

ଏଥର ବଜେଟରେ ଭାରତୀୟ ଆୟକର ଦାତାଙ୍କ ପାଇଁ ରହିଛି ଖୁସି ଖବର। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସର୍ବନିମ୍ନ ଆୟକର ସୀମା ୫ ଲକ୍ଷ କରାଯାଇଛି। ନୂଆ ହିସାବ ଅନୁଯାୟୀ ଆପଣଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା ହୋଇଥିଲେ ବି ଆପଣଙ୍କୁ ପଡ଼ି ନପାରେ ଆୟକର।

ସିବିଆଇ ମାମଲାରେ ମମତାଙ୍କ ସାଥୀରେ ବିଜେଡି!

ଆଜି ସଂସଦରେ ମମତା ବନାମ ସିବିଆଇ ପ୍ରସଙ୍ଗ ଉଠିଥିଲା। ଏ ନେଇ ବିଭିନ୍ନ ଦଳ ପକ୍ଷରୁ ପକ୍ଷ ରଖାଯାଇଥିଲା।  ବିଜେଡି ପକ୍ଷରୁ ସାଂସଦ ଭର୍ତ୍ତୃହରି ମହତାବ ପକ୍ଷ ରଖିଛନ୍ତି।

ବିଧିବଦ୍ଧ ଭାବେ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ ନେଲେ ରିଷି କୁମାର ଶୁକ୍ଳା

ସିବିଆଇର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ୧୯୮୩ ମସିହା ମଧ୍ୟପ୍ରଦେଶ କ୍ୟାଡରର ଆଇପିଏସ୍‌ ଅଫିସର ରିଷି କୁମାର ଶୁକ୍ଳା। ସେ ସୋମବାର ସକାଳେ ବିଧିବଦ୍ଧ ଭାବେ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି।

ମୋଦିଙ୍କ ଲାଗି ସିବିଆଇ ଅଡୁଆ!

ନିର୍ବାଚନ ଆସିଲା, ସିବିଆଇ ଫେରିଲା! ଏକଥା ଆମେ କହୁନୁ, ବିଜେପି ବିରୋଧୀ ନେତାମାନଙ୍କ ମୁହଁରୁ ଏହା ଶୁଣିବାକୁ ମିଳୁଛି। ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ସିବିଆଇ ତନାଘନା କରିବାକୁ ନେଇ ବିରୋଧୀ ସିଧା ମୋଦି ସରକାରଙ୍କୁ ଘେରିଛନ୍ତି। ଫଳରେ ମୋଦିଙ୍କ ପାଇଁ ସିବିଆଇ ଅଡୁଆରେ ପଡ଼ିଥିବା ଚର୍ଚ୍ଚା ହେଉଛି।

୨୦୧୯ରେ ନୂଆ ମୁହଁ – ନେତାଙ୍କ ପୁଅ!

୨୦୧୯ ନିର୍ବାଚନ ପାଇଁ ଏବେଠୁ ମାହୋଲ ଗରମ୍। କିଏ ଟିକେଟ ପାଇବ ଏବଂ କିଏ ଟିକେଟ ନପାଇବ ତାକୁ ନେଇ ନେତାଙ୍କ ଭିତରେ ଉତ୍କଣ୍ଠା ବଢ଼ିଥିବା ବେଳେ କିଛି ନୂଆ ମୁହଁଙ୍କୁ ନେଇ ଚର୍ଚ୍ଚା ହେଉଛି।୨୦୧୯ ଭୋଟରେ ବାପାମାନେ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇ ପୁଅମାନଙ୍କୁ ବାଟ ଛାଡ଼ିବା ପାଇଁ ଗୋଟି ଚାଳନା କରୁଥିବା କୁହାଯାଉଛି। ଏମାନଙ୍କ ଭିତରେ ଅଛନ୍ତି ଭଦ୍ରକ ଜିଲ୍ଲାର ତିନି ନେତାଙ୍କ ପୁଅ।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ନୂଆ ମୋଡ଼ – ଅଡ଼ୁଆରେ ଶଶି ଥରୁର

କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ନୂଆ ମୋଡ଼ ନେଇଛି। ଶଶି ଥରୁରଙ୍କ ବିରୋଧରେ ହେଉଥିବା ଏହି ମାମଲାର ଶୁଣାଣି ଏଣିକି ସେସନ୍ସ କୋର୍ଟରେ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହେଉଥିଲା। ସୋମବାର ପଟିଆଲା ହାଉସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଣିକି ଏହାର ଶୁଣାଣି ସେସନ୍ସ କୋର୍ଟରେ ହେବ।

ଗୋବରୀ ନଦୀରେ ଡଙ୍ଗା ବୁଡ଼ିଲା – ଅଳ୍ପକେ ବର୍ତ୍ତିଲେ ୧୭ ଯାତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ବିଜୟନଗର ଗାଁ ନିକଟରେ ଥିବା ଫେରିଘାଟରେ ବୁଡ଼ିଗଲା ଡଙ୍ଗା। ଡଙ୍ଗାରେ ଥିବା ୧୭ ଜଣ ଯାତ୍ରୀ ପାଣିରେ ବୁଡ଼ିଯାଇଥିଲେ। ବିଜୟନଗର ଗ୍ରାମବାସୀମାନେ ନଦୀକୁ ଡେଇଁ ବୁଡିଯାଉଥିବା ଲୋକମାନଙ୍କୁ ଉଦ୍ଧାର କରିଥଲେ। ଫଳରେ ମୃତ୍ୟୁ ମୁଖରୁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି।

ମାର୍ଶାଘାଇରେ ବୈଜୟନ୍ତଙ୍କୁ କଳାପତାକା

କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଜି ମାର୍ଶାଘାଇରେ ନାକେଦମ ହେବାକୁ ପଡ଼ିଛି। ବୈଜୟନ୍ତ ଗୋ ବ୍ୟାକ୍, ମାର୍ଶାଘାଇ ପାଇଁ କ’ଣ କରିଛ ଆଦି ସ୍ଲୋଗାନ ଦେଇ କଳାପତାକା ଦେଖାଇଥିଲେ ଲୋକେ।

ସିବିଆଇ ମାମଲାରେ ମମତାଙ୍କ ସାଥୀରେ ବିଜେଡି!

କୋଲକାତାରେ ସିବିଆଇ-ପୋଲିସ ମୁହାଁମୁହିଁ ଓ ମମତାଙ୍କ ଧାରଣା ପ୍ରସଙ୍ଗ ଆଜି ସଂସଦରେ ଉଠିଛି। ଲୋକସଭାରେ ବିଜେଡି ପକ୍ଷରୁ ପକ୍ଷ ରଖିଛନ୍ତି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ।

ଆଇସିସି ଦିନିକିଆ ରାଙ୍କିଙ୍ଗ୍‌ – କୋହଲି ଓ ବୁମ୍‌ରା ନମ୍ବର ୱାନ, ଭାରତର ସ୍ଥାନ ଦ୍ୱିତୀୟ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଜସପ୍ରିତ ବୁମ୍‌ରା ଦିନିକିଆ ମ୍ୟାଚର ସର୍ବଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇଛନ୍ତି। ଏହି କ୍ରମରେ ଟିମ୍‌ ଇଣ୍ଡିଆ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡକୁ ୪-୧ରେ ହରାଇ ଦିନିକିଆ ରାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନରେ ରହିଛି। ଆଇସିସି ଦିନିକିଆ ରାଙ୍କିଙ୍ଗ୍‌ ଅନୁଯାୟୀ ବିରାଟ କୋହଲି ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଥିବା ବେଳେ ଜସପ୍ରିତ ବୁମ୍‌ରା ବୋଲର ଭାବେ ଶୀର୍ଷ ସ୍ଥାନ ରହିଛନ୍ତି। ସୋମବାର ଆଇସିସି ପକ୍ଷରୁ ଦିନିକିଆ ରାଙ୍କିଙ୍ଗ୍‌ ଘୋଷଣା କରି ଏହି ସୂଚନା ଜାରି କରାଯାଇଛି।

ଆଉ ୨ ଦିନ କୁହୁଡ଼ି

ରାଜ୍ୟରେ ତାପମାତ୍ରା ବୃଦ୍ଧି ଘଟିବା ସହ ଶୀତର ପ୍ରକୋପ ସାମାନ୍ୟ କମିଛି। ଆଉ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସହିତ ଥଣ୍ଡାର ପ୍ରକୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ, ଅଭିଭାଷଣରେ ସରକାରଙ୍କ ସଫଳତା କହିଲେ ରାଜ୍ୟପାଳ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାରେ ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟପାଳ ଗଣେଶୀ ଲାଲ୍‌ ଅଭିଭାଷଣ ରଖିଛନ୍ତି। ଅଭିଭାଷଣରେ ରାଜ୍ୟପାଳ ରାଜ୍ୟସରକାରଙ୍କ ସଫଳତା ବଖାଣିଛନ୍ତି। ୧୨ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ ଉପସ୍ଥାପନ କରାଯିବ।

Comment