ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାସହୀନଙ୍କ ଥଇଥାନ ଓ କ୍ଷତି ପୂରଣ ସମେତ ୫ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି। ରେଙ୍ଗାଳି ବାସହୀନ ସୁରକ୍ଷା ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରେଙ୍ଗାଳି ବନ୍ଧ ଯୋଗୁଁ ବାସହୀନ ହୋଇଥିବା ଲୋକଙ୍କୁ ଦୀର୍ଘ ଦିନ ଧରି ପ୍ରଶାସନ ତରଫରୁ ଥଇଥାନର ବ୍ୟବସ୍ଥା କରାଯାଇ ନଥିବାରୁ ଏହି ଡାକରା ଦିଆଯାଇଛି।

ଏହି ବନ୍ଦର ପ୍ରଭାବ ଦୋକାନ ବଜାର ସମେତ ଗାଡ଼ି ଚଳାଚଳ ଉପରେ ପଡ଼ିଛି। ରେଙ୍ଗାଳି ବାସହୀନ ସୁରକ୍ଷା ସମିତି କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ।

Comment