ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଭାରତରେ ଥିବା ମୁସଲମାନ ମହିଳାମାନଙ୍କୁ ମସଜିଦ ପ୍ରବେଶ କରିବାକୁ ବାରଣ କରାଯାଇଥାଏ। ତେଣୁ ସେମାନେ ମସ୍‌ଜିଦରେ ନମାଜ ପଢିପାରନ୍ତି ନାହିଁ। ହେଲେ ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ଥିବା ଏକ ମସ୍‌ଜିଦରେ ଏଥିରେ କିଛି ବ୍ୟତିକ୍ରମ ଦେଖାଯାଏ। କାରଣ ଏଠାରେ ଥିବା ମସ୍‌ଜିଦରେ ମହିଳାମାନେ ଦିନକୁ ୫ ଥର ନମାଜ ପଢିଥାଆନ୍ତି।

ଇରାକ, ଇରାନ, ଆଫ୍ରିକା ଭଳି ଦେଶରେ ମହିଳାଙ୍କୁ ମସ୍‌ଜିଦରେ ନମାଜ ପଢିବାର ଅଧିକାର ଥିବା ବେଳେ ଭାରତରେ ଏହି ଅଧିକାର ଦିଆଯାଇ ନ ଥାଏ। ହେଲେ ଉତ୍ତର ପ୍ରଦେଶରେ ଥିବା ଏହି ମସ୍‌ଜିଦରେ ଦେଖାରଖା କରୁଥିବା ଶୟଦ ମହମ୍ମଦ କୁହନ୍ତି ଏହି ମସ୍‌ଜିଦଟି ପାଖାପାଖି ୧୩୨ ବର୍ଷ ପୁରୁଣା।

ଏହା ୧୮୮୫ରେ ନିର୍ମାଣ କରାଯାଇଥିବା କୁହାଯାଏ। ଆରମ୍ଭରୁ ହିଁ ଏଠାରେ ମହିଳାମାନେ ନମାଜ ପଢିବାର ପରମ୍ପରା ରହିଛି। ତା’ସହ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଥିବା ବେଳେ ଏ କ୍ଷେତ୍ରରେ ବି ସେମାନଙ୍କୁ ସମାନ ଅଧିକାର ମିଳିବା ଉଦ୍ଦେଶ୍ୟରେ ଏଠାରେ ମହିଳାଙ୍କୁ ନମାଜ ପଢିବାକୁ ଅନୁମତି ଦିଆଯାଇଥାଏ।

Comment