ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ବିକାଶର ବହୁ ପଛରେ ଓଡ଼ିଶା, ଏଥର ଡବଲ ଇଞ୍ଜିନ ସରକାର – ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ପୂର୍ବାହ୍ଣରେ ସମ୍ବଲପୁରରେ ଅନୁଷ୍ଠିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ମୋଦି ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱରରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବା ସହ ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ଦୁଇଟି ବୁଥରେ ଏପ୍ରିଲ ୧୮ରେ ସାନି ମତଦାନ

୨ଟି ବୁଥରେ ସାନି ମତଦାନ ହେବ। ଏ ନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ନୋଟିସ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ବେଳେ କିଛି ବୁଥରେ ଇଭିଏମ ଟ୍ୟାମ୍ପରିଂ ସହ ମତଦାନ ବେଳେ ବିଭ୍ରାଟ ନେଇ ଅଭିଯୋଗ ଆସିଥିଲା। ଯାହାପରେ ରାଜ୍ୟ ନିର୍ବାଚନ ଅଧିକାରୀ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀଙ୍କୁ ସାନି ମତଦାନ ଲାଗି ଜଣାଇଥିଲେ।

ଭୁବନେଶ୍ୱରରେ ମୋଦିଙ୍କ ମେଗା ରୋଡ ସୋ’

ସମ୍ବଲପୁରରେ ସଭା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିଛନ୍ତିା ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏକ ଜନସଭାକୁ ମୋଦି ସମ୍ବୋଧନ କରିବୋ  ତାଙ୍କୁ ବିମାନ ବନ୍ଦରରେ ଦଳର ବରିଷ୍ଠ ନେତାମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି।

ପ୍ରାର୍ଥିପତ୍ର ଦାଖଲ କଲେ ରାଜ୍ୟବର୍ଦ୍ଧନ ସିଂ ରାଠୋର, ଉପସ୍ଥିତ ରହିଲେ ରାମଦେବ

କେନ୍ଦ୍ର ମନ୍ତ୍ରୀ ତଥା ଜୟପୁର ଗ୍ରାମୀଣ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଜ୍ୟବର୍ଦ୍ଧନ ନିଜ ସମର୍ଥକଙ୍କ ସହ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ଯୋଗ ଗୁରୁ ବାବା ରାମଦେବ।

naveen

ରଘୁନାଥପାଲିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’

ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ବିଜେଡି ସଭାପତି ବରଗଡ଼ରେ ପ୍ରଚାର କରିବାପରେ ରଘୁନାଥପାଲିରେ ରୋଡ ସୋ’ ଆରମ୍ଭ କରିଛନ୍ତିା ହାଇଟେକ ବସରେ ପ୍ରଚାର କରୁଛନ୍ତି ନବୀନା ନବୀନଙ୍କ ଏହି ରୋଡ ସୋ’ରେ ହଜାର ହଜାର ନେତା ଓ କର୍ମୀ ସାମିଲ ହୋଇଛନ୍ତିା

ଲକ୍ଷ୍ନୌ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ସିଂହ

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଲକ୍ଷ୍ନୌ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିଶାଳ ରୋଡ ସୋ’ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରାଜନାଥ ସିଂହ। ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ରାଲିରେ ସାମିଲ ହୋଇଥିଲେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

Comment