ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ଏହି ହାଇ ପ୍ରୋଫାଇଲ ନେତା

୨୦୧୯ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୧୨ଟି ରାଜ୍ୟର ୯୫ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି। ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୩୮ ପ୍ରାର୍ଥୀଙ୍କ ସହିତ ହାଇପ୍ରୋଫାଇଲ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇସାରିଛିା

ବ୍ରହ୍ମପୁର ୬୩ ନମ୍ବର ବୁଥରେ ସାନି ମତଦାନ

ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ୬୩ ନମ୍ବର ବୁଥରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ସାନି ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ – ଇଭିଏମରେ ସିଲ ହେବିଓ୍ୱେଟ ପ୍ରାର୍ଥୀଙ୍କ ଭାଗ୍ୟ

ଟାଣ ଖରାକୁ ଖାତିର ନଥିଲା। ହାତରେ ଭୋଟ ପରିଚୟପତ୍ର ଏବଂ ଚିରକୁଟ ଧରି ବିଭିନ୍ନ ବୁଥରେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ ଭୋଟର। ଜଣକ ପରେ ଜଣେ ଭୋଟର ବୁଥ ଭିତରକୁ ଯାଉଥିଲେ ଏବଂ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଇଭିଏମରେ ସୁଇଚ ଟିପି ଭୋଟ ଦେଉଥିଲେ। ଏ ଦୃଶ୍ୟ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନର। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଛି।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ପଶ୍ଚିମବଙ୍ଗରେ ସର୍ବାଧିକ, ଜମ୍ମୁ କଶ୍ମୀରରେ ସର୍ବନିମ୍ନ ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦେଶର ୧୨ଟି ରାଜ୍ୟରେ ୯୫ଟି ଆସନରେ ମତାଦାନ ସନ୍ଧ୍ୟା ୬ଟାରେ  ଶେଷ ହୋଇଛିା ପର୍ଯ୍ୟାୟରେ ସାରାଦେଶରେ ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛିା

ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ, ୬ଟି ବୁଥରେ ହେବ ସାନି ମତଦାନ

ଓଡ଼ିଶାର ୫ ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛ

ବାଙ୍କିରେ ନିର୍ବାଚନୀ ପ୍ରଚାର କଲେ ନବୀନ – କହିଲେ, ‘‘ମୁଁ ଥିବା ଯାଏଁ ‘କାଳିଆ’ ବନ୍ଦ ହେବନି’’

କଟକ ଜିଲ୍ଲା ବାଙ୍କି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବାଙ୍କି କଚେରୀ ପଡ଼ିଆରେ ଆୟୋଜିତ ସଭାରେ ନବୀନ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଥିଲେ।

ଇଭିଏମରେ ତ୍ରୁଟି – ୬ଟି ବୁଥରେ ହେବ ସାନି ମତଦାନ

ଇଭିଏମ୍ ଏବଂ ଭିଭିପାଟ ମେସିନରେ ତ୍ରୁଟି। ସୁନ୍ଦରଗଡ଼ ଲୋକସଭା ଆସନର ୧୨୯ ଏବଂ ୨୧୩ ନମ୍ବର ବୁଥ ଏବଂ କନ୍ଧମାଳ ଲୋକସଭା ଆସନର ୨୧୦ ଓ ୨୨୨ ନମ୍ବର ବୁଥରେ ତ୍ରୁଟି ଦେଖିବାକୁ ମିଳିଛି। ଏହିସବୁ ବୁଥରେ ସାନି ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ଆସନ୍ତାକାଲି ଓଡ଼ିଶା ଆସିବେ ରାଜନାଥ ସିଂହ – ନୟାଗଡ଼, କଟକ, ମୟୂରଭଞ୍ଜରେ କରିବେ ସଭା

ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିଲାବେଳେ ନେତାମାନେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର କରୁଛନ୍ତିା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କେନ୍ଦ୍ର ନେତାଙ୍କ ଫୋକସରେ ଓଡ଼ିଶା ରହିଛିା ଏଥିଲାଗି କେନ୍ଦ୍ରର ବରିଷ୍ଠ ନେତାମାନେ ଲଗାତର ଓଡ଼ିଶା ଗସ୍ତ କରୁଛନ୍ତିା ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏପ୍ରିଲ ୧୯ ଅର୍ଥାତ ଆସନ୍ତା କାଲି ଓଡ଼ିଶା ଆସିବୋ

୨୩ରେ ମୋଦି ଆସିବେ କେନ୍ଦ୍ରାପଡ଼ା, ବୈଜୟନ୍ତଙ୍କ ପାଇଁ କରିବେ ପ୍ରଚାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ତାରିଖରେ ପୁଣି ଆସିବେ ଓଡ଼ିଶା। ଏହି ଦିନ ସେ କେନ୍ଦ୍ରାପଡ଼ା ଯିବେ। କେନ୍ଦ୍ରାପଡ଼ାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ବିଜେଡି ଛାଡ଼ି ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ପାଇଁ ସେ ଟିକେଟ ନେଇଛନ୍ତି। ଏଣୁ ବୈଜୟନ୍ତ ଜିତିବା ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି। ଏଣୁ ବୈଜୟନ୍ତଙ୍କ ପାଇଁ ମୋଦି କେନ୍ଦ୍ରାପଡ଼ା ଆସୁଥିବା କୁହାଯାଉଛି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବଲାଙ୍ଗିର ଲୋକସଭା ଆସନ – ଦିଅର, ଭାଉଜଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ନୂଆ ଚେହେରା

ଓଡ଼ିଶା ରାଜନୀତିରେ କନ୍ଧମାଳର ଗୁରୁତ୍ୱ

ବିଜୟ ଯେଉଁଠି, ଦିଲ୍ଲୀପ ସେଇଠି

Comment