ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 7PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ପାଟକୁରାରେ ବିଧାନସଭା ନିର୍ବାଚନ ସ୍ଥଗିତ

କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛିା ସ୍ଥଗିତ ନେଇ ରିଟଣ୍ଣିଂ ଅଫିସରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛିା ପାଟକୁରା ବିଧାନସଭା ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ବିୟୋଗ ଯୋଗୁଁ ଏଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛିା ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରହିବା

ସରକାରକୁ ଆସିଲେ ବିଜେପି ଆଣିବ ଗୁଣ୍ଡା ଆଇନ – ଧର୍ମେନ୍ଦ୍ର

ଓଡ଼ିଶାରେ ଗତ କିଛିବର୍ଷ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ମହିଳାମାନଙ୍କ ବିରୋଧରେ ଅପରାଧ ଘଟଣା ବଢ଼ିଛି। ଏପରିକି ସରକାରୀ ଦଳର ଲୋକଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ରାଜ୍ୟରେ ଗୁଣ୍ଡାଗିରି ବୃଦ୍ଧି ପାଇଛି। ନିକଟରେ ଏକ ନର୍ବାଚନୀ ସଭାରେ ଏହି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଦଳ ବିଧାନସଭାରେ ଗୁଣ୍ଡାଆଇନ ଆଣିବ। ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଲାଗି ସବୁ ଦଳ ଶେଷ ଦିନରେ ପ୍ରଚାରକୁ ଜୋର କରିଛନ୍ତି।

ମିଶନ ୧୨୦+ : ୨୭ରେ ପୁଣିଥରେ ମୋଦି-ଶାହ ଆସୁଛନ୍ତି ଓଡ଼ିଶା

ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଓଡ଼ିଶା ଆସିବେ। ମୋଦିଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ଜିଲ୍ଲା ବରୁଆରେ ନିର୍ବାଚନ ସଭାରେ ଉପସ୍ଥିତ ରହି ନିର୍ବାଚନ ଅଭିବାଦନ ରଖିବେ। ସେହିପରି ଅମିତ ଶାହ ମୟୁରଭଞ୍ଜ ଜିଲ୍ଲା ମୋରଦା ଅଞ୍ଚଳର ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

୩ୟ ପର୍ଯ୍ୟାୟ ମତଦାନ ଲାଗି ବୁଥ୍ ମୁହାଁ ପୋଲିଂ କର୍ମଚାରୀ

ଏପ୍ରିଲ ୨୩ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବା ୩ୟ ପର୍ଯ୍ୟାୟ ମତଦାନ ଲାଗି ପୋଲିଂ କର୍ମଚାରୀ ନିଜ ନିଜ ବୁଥ୍ ଅଭିମୁଖେ ଇଭିଏମ ଧରି ବାହାରିଛନ୍ତିା ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଭୁବନେଶ୍ୱର,ପୁରୀ,ସମ୍ବଲପୁର,କଟକ,ଢେଙ୍କାନାଳ ଓ କେନ୍ଦୁଝର ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ମତଦାନ ହେବା

ସରକାର ଗଠନରେ ଆଞ୍ଚଳିକ ଦଳ ହେବେ କିଙ୍ଗ ମେକର  –  ନବୀନ

ତୃତୀୟ ପର୍ଯ୍ୟାୟ ମତଦାନର ଶେଷ ଦିନରେ ମାରଥର ପ୍ରଚାର କରୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନୟକ। ସମ୍ବଲପୁରରେ ଆୟୋଜିତ ସଭାରେ ନବୀନ ଯୋଗ ଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ନବୀନ କହିଛନ୍ତି, “ଏଥର ନିର୍ବାଚନରେ ଜାତୀୟ ଦଳ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ। ସରକାର ଗଠନରେ ଆଞ୍ଚଳିକ ଦଳ ଏଥର କିଙ୍ଗ ମେକର ହେବେ।”

ପ୍ରତି ଘରୁ ଜଣଙ୍କୁ ଚାକିରି – ଅରୁଣ ସିଂହ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନକୁ ଆଉ ଗୋଟିଏ ଦିନ ବାକି ଥିଲାବେଳେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ବାଲେଶ୍ୱରରେ ଏକ ପ୍ରେସମିଟ କରିଛନ୍ତିା ପ୍ରେସମିଟରେ ଅରୁଣ ସିଂହ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଛନ୍ତିା ରାଜ୍ୟରେ ବିଜେପି ଶାସନକୁ ଆସିଲେ ମୁଖ୍ୟମନ୍ତ୍ରୀ କରିଥିବା ଯୋଜନା କିଛି ବନ୍ଦ ହେବନି ବୋଲି ପ୍ରେସମିଟରେ କହିଛନ୍ତି ଅରୁଣ ସିଂହା

ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ସରୁଛି ପ୍ରଚାର

ଆସନ୍ତା ୨୩ତାରିଖରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ ଲୋକସଭା ସହ ୪୨ ବିଧାନସଭା ଆସନ ଲାଗି ଭୋଟ ପଡ଼ିବ। ଭୋଟକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ସରୁଛି ପ୍ରଚାର। ଅର୍ଥାତ ନେତାଙ୍କ ହାତରେ ଆଉ ଅଳ୍ପ ସମୟ ପ୍ରଚାର ଲାଗି। ରବିବାର ସଂଧ୍ୟା ୬ଟା ସୁଦ୍ଧା ଅର୍ଥାତ ୪୮ଘଣ୍ଟା ପୂର୍ବରୁ ପ୍ରଚାର ଶେଷ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି।

କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ, ‘ମୋଦିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ’

ଲୋକସଭା ନିର୍ବାଚନ ଯେତିକି ଆଗକୁ ବଢ଼ିଛି ରାଜନୀତି ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି। ନେତାଙ୍କ ଭିତରେ ବୟାନବାଜି ଓ ଆରୋପ-ପ୍ରତ୍ୟାରୋପ ପ୍ରତିଦିନ ଦେଖିବାକୁ ମିଳୁଛି।। ଏହାରି ଭିତରେ ଛତିଶଗଡ଼ କଂଗ୍ରେସ ବିଧାୟକଙ୍କ ଏକ ବିବାଦୀୟ ବୟାନକୁ ନେଇ ଅନେକ ଚର୍ଚ୍ଚା ହେଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ଉଚିତ୍ ବୋଲି କହିଛନ୍ତି ଧରମଜୟଗଡ଼ର କଂଗ୍ରେସ ବିଧାୟକ ଲାଲଜିତ ରାଠିଆ। ଏହାକୁ ନେଇ କଂଗ୍ରେସ ଓ ବିଜେପି ଭିତରେ ବୟାନବାଜି ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବିଜେପି କରିବ ମେଗା ରୋଡ ସୋ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୬ରେ ବାରଣୀସୀ ଲୋକସଭା ଆସନ ଲାଗି ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ନରେନ୍ଦ୍ର ମୋଦିଙ୍କ ପ୍ରାର୍ଥିପତ୍ର ଦାଖଲର ପ୍ରକ୍ରିୟାକୁ ସୁପର ସୋରେ ପରିଣତ କରିବା ଲାଗି ଋଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୧୪ରେ ବି ମୋଦି ବିରାଟ ରୋଡ ସୋରେ ଯାଇ ନିଜର ନାମାଙ୍କନ ଦାଖଲ କରିଥିଲେ।

୨୦୧୪ରେ ଆଶାୟୀ ଥିଲି, ବହୁବର୍ଷ ହେବ ଦଳପାଇଁ କାମ କରୁଛି : ସୁଶାନ୍ତ ରାଉତ

ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ଲୋକସଭା ସହ ୪୨ଟି ବିଧାନସଭା ଆସନ ଲାଗି ମତଦନା ହେବ। ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ। ହଟ ସିଟ ଭିତରୁ ଗୋଟିଏ ହେଉଛି ଭୁବନେଶ୍ୱର ଉତ୍ତର ଆସନ। ଏହି ଆସନରୁ ଏଥର ବିଜେଡି ଟିକେଟରୁ ଲଢ଼ୁଛନ୍ତି ସୁଶାନ୍ତ ରାଉତ।

ବେଦପ୍ରକାଶଙ୍କ ଦେହାନ୍ତ ପରେ ପାଟକୁରାରେ ନିର୍ବାଚନ ସ୍ଥଗିତ!

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ୮୨ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେବ ସେ ଅସୁସ୍ଥ ହୋଇଥିଲେ। ବେଦପ୍ରକାଶ ଏଥର ପାଟକୁରା ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ। ତାଙ୍କ ବିପକ୍ଷରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

କଟକ ସଦର – ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ବିଗ୍ ଫାଇଟ୍

ଖୋର୍ଦ୍ଧା-ବେଗୁନିଆ-ଚିଲିକାରେ କ’ଣ ହେବ ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ?

ବାରବାଟୀ-କଟକ ନିର୍ବାଚନମଣ୍ଡଳୀ : ଏଥର କାଣ୍ଟେ କି ଟକ୍କର

ବିଜୟ ମହାପାତ୍ରଙ୍କ ସମୟ ଖରାପ!

Comment