ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଓଡ଼ିଶାର ୪ ନୂଆ ମେଡିକାଲ କଲେଜକୁ ମିଳିଲା ନାମ ଲେଖା ଅନୁମତି

ଓଡ଼ିଶାର ୪ଟି ନୂଆ ମେଡିକାଲ କଲେଜରେ ଏମ୍‌ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ଅନୁମତି ଦେଇଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

AN-32 ବିମାନରେ ଥିବା ଓଡ଼ିଆ ଅଫିସର ନିଖୋଜ

୫ଦିନ ହେବ ନିଖୋଜ ଅଛି ଏଏନ୍-୩୨ ବିମାନ। ଏହି ବିମାନ ସହ ଜଣେ ଓଡ଼ିଆ ଅଫିସର ବି ନିଖୋଜ ଅଛନ୍ତି। ତାଙ୍କ ନାଁ ହେଉଛି ସୁନିତ ମହାନ୍ତି। ସେ ଗଞ୍ଜାମର ବଲିଆପାଳର ବାସିନ୍ଦା ବୋଲି ଜଣାପଡ଼ିଛି। ଲେଫ୍ଟନାଣ୍ଟ ସୁନିତ ମହାନ୍ତି ଏଏନ୍-୩୨ ବିମାନରେ ଥିଲେ।

ରଜନୀକାନ୍ତ ସିଂହ ହେଲେ ବିଜେଡିର ଉପବାଚସ୍ପତି ପ୍ରାର୍ଥୀ

ଷୋଡ଼ଶ ବିଧାନସଭାର ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ରଜନୀକାନ୍ତ ସିଂହ। ରଜନୀକାନ୍ତ ଅନୁଗୁଳ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିରେ ଖଣି ମନ୍ତ୍ରୀ ରହିଥିଲେ। ଚଳିତ ବିଧାନସଭାରେ ତାଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରିଛି ବିଜେଡି। ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳର ଉପମୁଖ୍ୟ ସଚେତକ କରାଯାଇଛି।

ୱାୟନାଡରେ ରୋଡ ସୋ’ କଲେ ରାହୁଲ, ଭୋଟରଙ୍କୁ ଦେଲେ ‘ଧନ୍ୟବାଦ’

ନିର୍ବାଚନ ଜିତିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ନିଜ ନିର୍ବାଚନମଣ୍ଡଳୀ କେରଳର ୱାୟନାଡ୍‌ ଗସ୍ତରେ ଯାଇଛନ୍ତି। ତିନି ଦିନିଆ ଗସ୍ତରେ ଯାଇଥିବା ରାହୁଲ ୱାୟନାଡ୍‌ରେ ରୋଡ ସୋ’ କରିବା ସହ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି।

ବିଜେପିରେ ଖୁସି ନାହାନ୍ତି କି ଦାମ?

‘‘ବିଜେପିରେ ଖୁସି ନାହାନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ସୁପ୍ରିମୋ ଚାହିଁଲେ ସେ ପୁଣି ବିଜେଡିକୁ ଫେରି ଆସନ୍ତେ।’’

ଏହି ମନ୍ତବ୍ୟ ଆଉ କେହି ନୁହେଁ, ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏହା କହିଛନ୍ତି। ସମ୍ବିତଙ୍କ ଏହି ମନ୍ତବ୍ୟ ପରେ ଦାମ ବିଜେଡି ଫେରିବା ନେଇ ଚର୍ଚ୍ଚା ହେଉଛି। ହେଲେ ଦାମ ବିଜେଡି ଫେରିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଓଲଟା ବିଜେଡି ଯାଇଥିବାରୁ ପୁଅ ସମ୍ବିତକୁ ସମାଲୋଚନା କରିଛନ୍ତି ଦାମ।

କାଳିଆ ଯୋଜନା ଲାଗି ଅଧିକ ୩୨୩୪ କୋଟି ଟଙ୍କାର ବ୍ୟୟବରାଦ କଲେ ରାଜ୍ୟ ସରକାର

୨୦୧୯- ୨୦ ଆର୍ଥିକ ବର୍ଷ ପାଇଁ କାଳିଆ ଯୋଜନା ଲାଗି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୩୨୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛିା ଏଥିରେ ୩୨ ଲକ୍ଷରୁ ଅଧିକ ଭାଗ ଚାଷୀ ଓ ଭୁମିହୀନ ଚାଷୀଙ୍କୁ ଲାଭ ମିଳିବ। ଏହା ସହ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପୃକତ ହୋଇପାରିବେ। ମୋଟ ୭୫ ଲକ୍ଷ ଚାଷୀ ଉପକୃତ ହେବେ।

ନିର୍ବାଚନ ଫଳାଫଳ ପରେ ଜୁନ ୯ରେ ପ୍ରଥମ ଥର ମୋଦିଙ୍କୁ ଭେଟିବେ ନବୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ  ଜୁନ ୯ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ନବୀନ। ନିର୍ବାଚନ ଫଳାଫଳ ପରେ ମୋଦି ଓ ନବୀନଙ୍କର ଏହା ହେବ ପ୍ରଥମ ସାକ୍ଷାତକାର।

ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଶୁକ୍ରବାର ବଡ଼ ସଫଳତା ମିଳିଛିା ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତିା  କେନ୍ଦ୍ରୀୟ ରିଜର୍ଭ ପୁଲିସ, ରାଷ୍ଟ୍ରୀୟ ରାଇଫଲ ଏବଂ ଜମ୍ମୁ କଶ୍ମୀରର ସ୍ପେଶାଲ ଅପରେଶନ ଗ୍ରୁପର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର କରାଯାଇଛି।

ଜଗନଙ୍କ ଐତିହାସିକ ନିଷ୍ପତ୍ତି, କ୍ୟାବିନେଟରେ ରଖିବେ ୫ ଉପ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତିା ରେଡ୍ଡୀ ନିଜ ମନ୍ତ୍ରିମଣ୍ଡଳରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଛନ୍ତିା ଶୁକ୍ରବାର ଓ୍ୱାଇଏସଆର କଂଗ୍ରେସର ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତିା

ଅଧିକ ପଢ଼ନ୍ତୁ :-

ଦିଲ୍ଲୀରେ ମୋଦିଙ୍କୁ ଭେଟି କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ନବୀନ?

Comment