ଓଡ଼ିଶାଲାଇଭ ବ୍ୟୁରୋ]

ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ଭାରତୀୟ ରେଳ ଗତ କିଛିବର୍ଷ ହେବ ନୂଆ ନୂଆ ସୁବିଧା ଆଣୁଛନ୍ତି। ଏବେ ଭାରତୀୟ ରେଲୱେ ପକ୍ଷରୁ ଏକ ନୂଆ ଓ ସ୍ବତନ୍ତ୍ର ସୁବିଧା ଯାତ୍ରୀଙ୍କ ଲାଗି ଲାଗୁ ହେବାକୁ ଯାଉଛି।

ଏହି ସୁବିଧା ଅନୁସାରେ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ସମୟରେ ମସାଜର ସୁବିଧା ମିଳିବ। ଏହି ସବିଧା ଲାଗୁ ହେଲେ ଏହା ଦେଶର ଇତିହାସରେ ପ୍ରଥମ ହେବ। ଭାରତୀୟ ରେଲୱେ ପକ୍ଷରୁ ଯାତ୍ରୀଙ୍କୁ ଖୁବଶୀଘ୍ର ଏହି ସୁବିଧା ମିଳିବ।

ରେଲୱେ ବୋର୍ଡର ମିଡିଆ ଓ ସଂଞ୍ଚାର ନିର୍ଦ୍ଦେଶକ ରାଜେଶ ବାଜପେୟୀ କହିଛନ୍ତି ପଶ୍ଚିମ ରେଲୱେରେ ରତଲାମ ମଡେଲ ଏହାର ପ୍ରସ୍ତାବ ପ୍ରସ୍ତୁତ କରୁଛି। ଅଧିକାରୀଙ୍କ ଅନୁସାରେ ରେଲୱେ ଇନ୍ଦୋରରୁ ଯାଉଥିବା ୩୯ଟି ଟ୍ରେନରେ ଏହି ସୁବିଧା ଉପଲବ୍ଧ ହେବ।

ଏହା ମଧ୍ୟରେ ଦେହରାଦୁନ-ଇନ୍ଦୋର ଏକ୍ସପ୍ରେସ(୧୪୩୧୭), ନୂଆ ଦିଲ୍ଲୀ-ଇନ୍ଦୋର ଇଣ୍ଟରସିଟି ଏକ୍ସପ୍ରେସ(୧୨୪୧୬) ଓ ଇନ୍ଦୋର-ଅମୃତସର ଏକ୍ସପ୍ରେସ(୧୯୩୨୫)ସାମିଲ ଅଛି।

ଯାତ୍ରୀଙ୍କ ସୁବିଧା ଲାଗି ମିଳିବ ଏହି ସୁବିଧା

ରେଲୱେ ଅଧିକାରୀ ବାଜପେୟୀ କହିଛନ୍ତି, “ଏହା ରେଲୱେ ଇତିହାସରେ ପ୍ରଥମ ଥର ଲାଗି ହେବ କି ଟ୍ରେନରେ ଲୋକଙ୍କ ଆରମକୁ ଅଧିକ ଧ୍ୟାନ ଦିଆଯାଉଛି। ଟ୍ରେନରେ ଯାତ୍ରୀଙ୍କୁ ମସାଜର ସୁବିଧା ପ୍ରଥମଥର ଲାଗି ମିଳିବାକୁ ଯାଉଛି।”

ଏହି ସୁବିଧା ଯାତ୍ରୀଙ୍କୁ ମିଳିବା ପରେ କେବଳ ଯେ ରେଲୱେର ଅତିରିକ୍ତ ଆୟ ହେବ ତାହା ନୁହଁ ବରଂ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବ। ତେବେ କେବେଠୁ ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇପାରିବେ ସେ ନେଇ କିଛି ସ୍ପଷ୍ଟ ତାରିଖ ଘୋଷଣା କରାଯାଇନାହିଁ।

Comment