ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀ ଷ୍ଟାଡିୟମରେ ଜାତୀୟ ସବ୍‌ଜୁନିୟର ବାଳିକା ଫୁଟବଲ୍ ଚାମ୍ପିଅନସିପ୍‌।

କଟକ: ଅରୁଣାଞ୍ଚଳ ପ୍ରଦେଶକୁ ହରାଇ ଝାଡଖଣ୍ଡ ଜାତୀୟ ସବ୍‌ଜୁନିୟର ବାଳିକା ଫୁଟବଲ୍ ଚାମ୍ପିଅନସିପ୍‌ର ବିଜେତା ହୋଇଛି। ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନର ମିଳିତ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା।

ଅରୁଣାଞ୍ଚଳ ପ୍ରଦେଶ ଭଲ ଖେଳ ପ୍ରଦର୍ଶନ କରିଥିଲେ ସୁଦ୍ଧା ଗୋଲ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। କିନ୍ତୁ ପ୍ରତିପକ୍ଷ ଝାଡଖଣ୍ଡ ପକ୍ଷରୁ ନିୟମିତ ବ୍ୟବଧାନରେ ଗୋଲ ହୋଇଚାଲିଥିଲା।

୧୫ ମିନିଟରେ ସୋନି ମୁଣ୍ଡା ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ବାସନ୍ତି ଲାକ୍ରା ୨୩ ମିନିଟରେ ଦ୍ୱିତୀୟ ଗୋଲ ଦେଇ ଦଳକୁ ଦୁଇ ଗୋଲରେ ଅଗ୍ରଣୀ କର।ଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ମ୍ୟାଚରେ ୨-୦ ଗୋଲରେ ଆଗୁଆ ରହିଥିଲା ଝାଡଖଣ୍ଡ। ଦ୍ୱିତୀୟ ଭାଗରେ ବାସନ୍ତି ଓ ସୋନି ପୁଣି ଦୁଇଟି ଗୋଲ କରିବାକୁ ସକ୍ଷମ ହୋଇଥିଲେ।

୫୮ ମିନିଟରେ ବାସନ୍ତି ଏବଂ ୮୫ ମିନିଟରେ ସୋନି ଗୋଲ ଦେଇ ଦଳକୁ ଏକତରଫା ବିଜୟୀ କରାଇଥିଲେ।

Comment