ଓଡ଼ିଶାଲାଇଭ ବ୍ୟୁରୋ

ଉପରମୁଣ୍ଡରେ ବର୍ଷା ଅଭାବରୁ ହୀରାକୁଦ ଜଳସ୍ତର କମିବାର ଲାଗିଛି। ଯାହାଫଳରେ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଜଳସ୍ତର କମିଯିବାରୁ ମରୁଡ଼ି ଆଶଙ୍କାକୁ ଲକ୍ଷ୍ୟ କରି ପାଓ୍ଵାର ହାଉସକୁ ଅଳ୍ପ ପରିମାଣରେ ଜଳ ଛଡ଼ାଯାଇଛି।

୨୦୧୬କୁ ଛାଡ଼ି ଦେଲେ ଗତ ୫ ବର୍ଷ ମଧ୍ୟରେ ଏଭଳି ପରିସ୍ଥିତି ଦେଖାଯାଇନାହିଁ। ଏହି ସମୟ ବେଳକୁ ହୀରାକୁଦ ଜଳସ୍ତର ବଢ଼ି ଗେଟ ଖୋଲିବା ପରିସ୍ଥିତି ହୁଏ। ମାତ୍ର ଏଥର ଅଗଷ୍ଟ ମାସରୁ ଗେଟ ଖୋଲାଯିବାର ସୂଚନା ମିଳିନାହିଁ।

ବର୍ତ୍ତମାନ ପର୍ଯ୍ୟନ୍ତ ଉପରମୁଣ୍ଡରେ ୧୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏତେ କମ୍ ବର୍ଷା ଯୋଗୁଁ ଜଳସ୍ତର କମିବାର ଲାଗିଛି। ହୀରାକୁଦ ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ଗତ ବର୍ଷ ଜଳସ୍ତର ୬୧୮ଫୁଟ ରହିଥିବା ବେଳେ ଚଳିତ ବର୍ଷ ଏହା ୫୯୯.୧୨ ଫୁଟକୁ ଖସିଆସିଛି।

୨୦୧୨ରେ ଜଳସ୍ତର ୫୯୮ ଫୁଟ ରହିଥିଲା ଯାହାଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଳସ୍ତର ୫୯୫ ଫୁଟ ରହିଲେ ଶିଳ୍ପକୁ ଜଳ ଯୋଗାଣ ଓ ୫୯୦ ଫୁଟ ରହିଲେ କୃଷି ଓ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଏ। ଯଦି କିଛିଦିନ ଭିତରେ ବଡ଼ ବର୍ଷ ନହୁଏ ତେବେ ପରିସ୍ଥିତି ଖରାପ ହେବାର ଆଶଙ୍କା କରାଯାଉଛି।

Comment