ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ଭିଭୋ’ ଭାରତରେ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ। ଯାହାର ନାଁ ରହିଛି ଭିଭୋ ଭି୧୭ ପ୍ରୋ। ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ଏହାକୁ ଭାରତରେ ଲଞ୍ଚ କରାଯିବ। ଏହି ସ୍ମାର୍ଟଫୋନର ଖାସ୍‌ କଥା ହେଉଛି, ଏଥିରେ ୬ଟି କ୍ୟାମେରା ରହିଛି।

‘ଭିଭୋ ଭି୧୭ ପ୍ରୋ’ ସ୍ମାର୍ଟଫୋନରେ ଦୁଅଲ ପପ୍‌-ଅପ୍‌ କ୍ୟାମେରା ରହିଥିବା ବେଳେ ରିୟରରେ ରହିଛି ୪ଟି କ୍ୟାମେରା। ତେବେ ଲଞ୍ଚ ପୂର୍ବରୁ ଏହାର କିଛି ସ୍ପେସିଫିକେସନ ମଧ୍ୟ ସାମ୍ନାକୁ ଆସିଛି। ‘ଭିଭୋ ଭି୧୭ ପ୍ରୋ’ରେ ୬.୫୯ ଇଞ୍ଚ ବିଶିଷ୍ଟ ଏଚ୍‌ଡି ଡିସପ୍ଲେ ମିଳୁଥିବା ବେଳେ ଏଥିରେ ରହିଛି କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ପ୍ରୋସେସର।

‘ଭିଭୋ ଭି୧୭ ପ୍ରୋ’ ସ୍ମାର୍ଟଫୋନର ୪ଟି ରିୟର କ୍ୟାମେରା ଥିବା ବେଳେ ପ୍ରାଇମେରୀରେ ରହିଛି ୪୮ ମେଗାପିକ୍ସେଲ କ୍ୟାମେରା। ସେହିପରି ଅନ୍ୟ ତିନୋଟିରେ ରହିଛି ୮,୨ ଏବଂ ୨ ମେଗାପିକ୍ସେଲ କ୍ୟାମେରା। ଏହି ସ୍ମାର୍ଟଫୋନରେ ୩୨ ମେଗାପିକ୍ସେଲର ବିଶିଷ୍ଟ ଦୁଅଲ ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ରହିଛି।

Comment