ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ସାଓମୀ’ ଆସନ୍ତା ସେପ୍ଟେମ୍ବର ୧୭ରେ ଭାରତରେ ‘ସ୍ମାର୍ଟ ଲିଭିଙ୍ଗ୍‌ ୨୦୨୦’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି ଅବସରରେ କମ୍ପାନି ପକ୍ଷରୁ ଭାରତରେ ପ୍ରଥମଥର ପାଇଁ ‘ଏମ୍‌ଆଇ ୱାଟର ପ୍ୟୁରିଫାୟର’ ଲଞ୍ଚ କରାଯିବ। ଗୁରୁବାର କମ୍ପାନି ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି।

ଏନେଇ କମ୍ପାନି ପକ୍ଷରୁ ଏକ ଟିଜର ମଧ୍ୟ ରିଲିଜ ହୋଇଛି। ଏହି ଟିଜରରେ ଲେଖା ଯାଇଛି, “ଏମ୍‌ଆଇ ୱାଟର ଟିଡିଏସ୍‌ ଟେଷ୍ଟର ସହିତ ଆମେ ଏକ ଡିଭାଇସ୍‌ ଆଣିବାକୁ ଯାଉଛୁ, ଯାହା ସାହାଯ୍ୟରେ ପାଣିର ସାନ୍ଦ୍ରତା ମାପି ପାରିବ। ତେବେ ଆପଣ ପିଉଥିବା ପାଣି ସ୍ୱାସ୍ଥ୍ୟକର କି ନୁହେଁ, ତାହା କିପରି ଜାଣିବେ?”

ସାଓମୀ ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ଓ ଗ୍ଲୋବାଲ ଭାଇସ ପ୍ରେସିଡେଣ୍ଟ ମନୁ କୁମାର ଜୈନ ମଧ୍ୟ ଏନେଇ ଏକ ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ରେ ସେ କହିଛନ୍ତି,”୧୭ ଡିସେମ୍ବରରୁ ସମସ୍ତଙ୍କ ଘରେ ସ୍ୱଚ୍ଛ ପିଇବା ପାଣି ଉପଲବ୍ଧ ହେବ।”

ଏହି ଦୁଇଟି ଟୁଇଟ୍‌ରୁ ଏକ ପ୍ରକାର ସ୍ଥିର ହୋଇସାରିଛି ଯେ, ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଭାରତରେ ସାଓମୀ ଭାରତରେ ଏକ ସ୍ମାର୍ଟ ୱାଟର ପ୍ୟୁରିଫାୟର ଲଞ୍ଚ କରିବ। ଏହି ଅବସରରେ କମ୍ପାନି ୬୫ ଇଞ୍ଚ ବିଶିଷ୍ଟ ଏମ୍‌ଆଇ ଟିଭି ଏବଂ ଏମ୍‌ଆଇ ବ୍ୟାଣ୍ଡ ୪ ଲଞ୍ଚ ହେବ।

ଏହା ପୂର୍ବରୁ ସାଓମୀ କମ୍ପାନି ଚୀନରେ ୱାଟର ପ୍ୟୁରିଫାୟର ବିକ୍ରି କରୁଛି। ତେବେ ବର୍ତ୍ତମାନ ଭାରତ ଏହି ବ୍ୟବସ୍ଥାକୁ ଆଣିବା ପାଇଁ ଚାହୁଁଛି ସାଓମୀ ଇଣ୍ଡିଆ। ଏହା ପୂର୍ବରୁ ‘ସ୍ମାର୍ଟ ଲିଭିଙ୍ଗ୍‌-୨୦୧୮’ କାର୍ଯ୍ୟକ୍ରମରେ କମ୍ପାନି ପକ୍ଷରୁ ଏୟାର ପ୍ୟୁରିଫାୟର ଲଞ୍ଚ କରାଯାଇଥିଲା।

Comment