ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ପଞ୍ଚମ ଆସେସ ଟେଷ୍ଟ – ମିଚେଲ ମାର୍ଶଙ୍କ ଘାତକ ବୋଲିଂ, ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଆସେସ ଟେଷ୍ଟର ଶେଷ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮୨ ଓଭରରେ ୮ ଓ୍ଵିକେଟ ହରାଇ ୨୭୧ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ୪ ଓ୍ଵିକେଟ ହାସଲ କରିଛନ୍ତି।

ପାଠ ପଢ଼ିବେ ବିଧାୟକ – ପଢ଼ାଇବେ କେନ୍ଦ୍ରୀୟ ଅଧିକାରୀ

ରାଜ୍ୟର ସମସ୍ତ ବିଧାୟକ ପଢ଼ିବେ ବିଧାନସଭା ପାଠ। ବିଧାନସଭାରେ ନିଜ ମତ କିଭଳି ରଖିବେ, ଆଚରଣ, ଉଚ୍ଚାରଣ କେମିତି ରଖିବେ ସେନେଇ ବିଧାୟକଙ୍କୁ ଦିଆଯିବ ଟ୍ରେନିଂ। ଶୁକବ୍ରାର ଓ ଶନିବାର ଦୁଇ ଦିନ ଧରି ବିଧାନସଭାରେ ଏହି ଟ୍ରେନିଂ ଦିଆଯିବ।

ନୂଆ ଭାରତର ନୂଆ ଚିତ୍ର – ବଦଳିବ ରାଜପଥ, ସଂସଦ ଓ ସଚିବାଳୟର ନକ୍ସା

ମୋଦି ସରକାରଙ୍କ ପକ୍ଷରୁ ନୂଆ ଦିଲ୍ଲୀର ଐତିହାସିକ ରାଜପଥ ଇଲାକାକୁ ନୂଆ ରୂପ ଓ ରଙ୍ଗ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜପଥ ମାର୍ଗ ଏକ ନୂଆ ଢଙ୍ଗରେ ସଜେଇ ହେବ।

ଗଣପତିଙ୍କ ବିସର୍ଜନ ବେଳେ ବୁଡ଼ିଲା ଡଙ୍ଗା – ୧୧ ମୃତ, ୪ ନିଖୋଜ

ଗଣପତି ବପ୍ପାଙ୍କ ବସିର୍ଜନ ବେଳେ ଅଘଟଣା। ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଡଙ୍ଗାବୁଡ଼ି ୧୧ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୪ ନିଖୋଜ ଅଛନ୍ତି। ମଧ୍ୟପ୍ରଦେଶର ପ୍ରସିଦ୍ଧ ଛୋଟି ହ୍ରଦର ଖାଟଲାପୁରା ଘାଟରେ ଏହି ଦୁର୍ଘଟଣା  ଘଟିଛି। ଏବେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

ସହିଦନଗରରେ ଲକ୍ଷ୍ନୌ ନବାବଙ୍କର ରାଜପ୍ରାସାଦରେ ବିରାଜିବେ ମା’ ଦୁର୍ଗା

ପାଖେଇ ଆସିଲାଣି ଧରାପୃଷ୍ଠରେ ମା’ଙ୍କ ଅବତରଣ। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ସବୁଠି ଚାଲିଛି ଜୋର୍ ସୋର୍ ପ୍ରସ୍ତୁତି। କିଏ ସୁନ୍ଦର ତୋରଣ ବାନ୍ଧିବାରେ ଧ୍ୟାନ ଦେଉଛି ତ ଆଉ କିଏ ମା’ଙ୍କ ଆକର୍ଷଣୀୟ ମୂର୍ତ୍ତି ଗଢ଼ିବାରେ। କହିବାକୁ ଗଲେ ଚାରିଆଡ଼େ ଏକପ୍ରକାର ପ୍ରତିଯୋଗିତା ଲାଗିଛି ଦୁର୍ଗାପୂଜାକୁ ନେଇ।

ରାଇମୋହନଙ୍କ ଜଲୱା : ରୂପେଲି ପରଦାରୁ ଯାତ୍ରା ମଞ୍ଚ

ଚଳଚ୍ଚିତ୍ର ଜଗତରୁ ଅନେକ କଳାକାର ଯାତ୍ରା ଦୁନିଆରେ ଏଣ୍ଟ୍ରି ନେଇଛନ୍ତି। କିଛି ଚଳଚ୍ଚିତ୍ର କଳାକାର ଯଲିଉଡରେ ଅଭିନେତା ଭାବେ ନୁହେଁ, ବରଂ ନିର୍ଦ୍ଦେଶକ ହିସାବରେ ଯୋଗ ଦେଇଛନ୍ତି। ଏଭଳି କଳାକାରମାନଙ୍କ ଭିତରୁ ଜଣେ ହେଲେ ଆଜିକାର ପ୍ରଖ୍ୟାତ ଓଲିଉଡ ଅଭିନେତା ତଥା ଯଲିଉଡର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ରାଇମୋହନ ପରିଡ଼ା।

ରେଡ୍‌ମି ନୋଟ୍‌ ୮ ପ୍ରୋ ବନାମ ରେଡ୍‌ମି ନୋଟ୍‌ ୭ ପ୍ରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମୀ ନିକଟରେ ଲଞ୍ଚ କରିଛି ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନ ହେଉଛି ପୂର୍ବରୁ ଥିବା ‘ରେଡ୍‌ମି ନୋଟ୍‌ ୭ ପ୍ରୋ’ର ପରବର୍ତ୍ତୀ ଭର୍ସନ। ଭାରତରେ ରେଡ୍‌ମି ନୋଟ୍‌ ୭ ପ୍ରୋ ସ୍ମାର୍ଟଫୋନ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା।

କମିସନରେଟ୍ ପୋଲିସର କଟକ ଦଶହରା ପ୍ରସ୍ତୁତି – ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ

କଟକ : ପୂଜା ସମୟରେ କାହାଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିବା ବେଆଇନ। ଏଣୁ ଚାନ୍ଦା ଆଦାୟଠାରୁ କମିଟି ଦୂରରେ ରହୁ। ଯଦି ଚାନ୍ଦା ଆଦାୟ ନେଇ କୌଣସି ଅଭିଯୋଗ ଆସେ ତାହାଲେ ସଂପୃକ୍ତ କମିଟି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Comment