ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲ ଯାଇପାରିବନି ଜଗା। ତା’ ମୁଣ୍ଡରେ ଖପୁରୀ ପ୍ରତ୍ୟାରୋପଣ କରାଯିବ। ଏନେଇ ରାଜ୍ୟ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଫେରିବା ପରେ ଦୁଇଭାଇ ଜଗା-କାଳିଆଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜରେ ରଖାଯାଇଛି। ରବିବାର ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ଜଗା-କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ବର୍ତ୍ତମାନ ଜଗା ସ୍ୱାସ୍ଥ୍ୟ ଠିକ୍‌ ରହିଛି। ତେବେ ମୁଣ୍ଡରେ ଖପୁରୀ ନଥିବାରୁ ଜଗା ସ୍କୁଲ ଯାଇପାରିବ ନାହିଁ। ଜଗାର ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ମେଡିକାଲରେ କରାଯିବ। ତେବେ ଖପୁରୀ ଟ୍ରାନ୍ସପ୍ଲାଣ୍ଟ ହେବା ପରେ ଜଗାର ସ୍କୁଲ ଯିବା ସମ୍ଭବ ହୋଇପାରିବ।”

ଅନ୍ୟପକ୍ଷରେ କାଳିଆର ସ୍ୱାସ୍ଥ୍ୟବସ୍ଥା ଏପର୍ଯ୍ୟନ୍ତ ସାମନ୍ୟ ହୋଇପାରିନାହିଁ। ଦିଲ୍ଲୀ ଏମ୍ସରେ ଥିଲା ବେଳେ ମଧ୍ୟ ଜଗାର ଭଲ ନଥିଲା। ସ୍ୱତନ୍ତ୍ର ସେବା ଯୋଗାଇଦେବା ପାଇଁ ଦୁଇ ଭାଇଙ୍କୁ ଆଇସିୟୁଥିବା କେବିନ୍‌ରେ ରଖାଯାଇଛି।

Comment