ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସେୟାର ମାର୍କେଟ୍‌ ଉପରେ ପଡ଼ିଲା ସାଉଦି ତେଲ ଖଣି ଆକ୍ରମଣର ପ୍ରଭାବ, ବୁଡ଼ିଗଲା ନିବେଶକଙ୍କ ୨.୩୦ କୋଟି ଟଙ୍କା।

ସାଉଦି ଆରବର ତେଲ ଖଣିରେ ଆତଙ୍କବାଦୀଙ୍କ ଡ୍ରୋନ୍‌ ଆକ୍ରମଣ ଫଳରେ ବର୍ତ୍ତମାନ ଅନ୍ତର୍ଜାତୀୟ ମାର୍କେଟ୍‌ରେ ତେଲ ସପ୍ଲାଇ ପାଖାପାଖି ୫୦ ପ୍ରତିଶତ କମିଯାଇଛି। ଯାହାର ସିଧାସଳଖ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିଛି। ମଙ୍ଗଳବାର ଭାରତୀୟ ସେୟାର ମାର୍କେଟ୍‌ ଉପରେ ଏହାର ଏକ ବଡ଼ ପ୍ରଭାବ ପଡିଥିଲା। ଯାହାଫଳରେ ନିବେଶକଙ୍କ ୨.୩୦ କୋଟି ଟଙ୍କା କ୍ଷତି ହୋଇଥିବା ସୂଚନା ମିଳିଛି।

ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସ ଭାବେ ମଙ୍ଗଳବାର ସେନ୍‌ସେକ୍ସ ୬୫୦ ପଏଣ୍ଟରୁ ତଳକୁ ଖସିଯାଇଥିବା ବେଳେ ନିଫ୍ଟିରେ ୧୫୦ପଏଣ୍ଟ୍‌ କ୍ଷତି ଘଟିଛି। ଆଜି ସେୟାର ମାର୍କେଟ୍‌ କାରବାର ଶେଷରେ ସେନସେକ୍ସ ୬୪୨ ପଏଣ୍ଟ ତଳକୁ ଖସି ୩୬,୪୮୧ରେ ବନ୍ଦ ହୋଇଯାଇଥିବା ବେଳେ ନିଫ୍ଟି ୧୮୬ ପଏଣ୍ଟ କମି ଯାଇ ୧୦,୮୧୭ରେ ବନ୍ଦ ହୋଇଯାଇଥିଲା।

ସୂଚନା ମୂତାବିକ, ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ତାଲିକାରେ ଥିବା ମୋଟ କମ୍ପାନିର କ୍ୟାପିଟାଲ ଥିଲା ୧,୪୨,୦୮,୦୪୯ କୋଟି ଟଙ୍କା। ତେବେ ମଙ୍ଗଳବାର ସେୟାର ମାର୍କେଟ୍‌ର ଉତ୍ଥାନ ପତ୍ତନ ଘଟି ଶେଷରେ ତଳକୁ ଖସିଯାଇ ୧,୩୯,୭୫,୮୪୪ କୋଟି ଟଙ୍କାରେ ପହଞ୍ଚିଥିଲା। ଫଳରେ ମଙ୍ଗଳବାର କାରବାର ଶେଷ ସୁଦ୍ଧା ସେୟାର ମାର୍କେଟ୍‌ରେ ନିବେଶକଙ୍କ ପ୍ରାୟ ୨,୩୨,୨୦୫ ଟଙ୍କା ବୁଡ଼ି ଯାଇଥିବା ଜଣାପଡ଼ିଛି।

Comment