ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ଆସନ୍ତା ଅକ୍ଟୋବର ୧୬ ତାରିଖରେ ଭାରତରେ ଲଞ୍ଚ ହେବ। ଏନେଇ ସାଓମି କମ୍ପାନି ପକ୍ଷରୁ ଏକ ହିଣ୍ଟ୍‌ ଦିଆଯାଇଛି। ବୁଧବାର ସାଓମି ପକ୍ଷରୁ ଭାରତରେ ‘ରେଡ୍‌ମି ୮’ ସ୍ମାର୍ଟଫୋନ ଲଞ୍ଚ କରାଯାଇଛି। ଏହି ଅବସରରେ କମ୍ପାନି ପକ୍ଷରୁ କୁହାଯାଇଛି, ‘ଅକ୍ଟୋବର ୧୬ରେ ୬୪ ମେଗାପିକ୍ସେଲ ବିଶିଷ୍ଟ ଦୁର୍ଦ୍ଦଶ ସ୍ମାର୍ଟଫୋନ ଲଞ୍ଚ ହେବ।’

ଗତ ଅଗଷ୍ଟ ୨୯ରେ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ସ୍ମାର୍ଟଫୋନକୁ ପ୍ରଥମଥର ପାଇଁ ଚୀନ୍‌ରେ ଲଞ୍ଚ କରାଯାଇଥିଲା। ଏହା ପରଠୁ ଭାରତରେ ଏହି ସ୍ମାର୍ଟଫୋନକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଥିଲା। ଭାରତ ବଜାରକୁ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ କେବେ ଆସିବ ସେନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଥିଲା। ତେବେ ଆସନ୍ତା ୧୬ ତାରିଖରେ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ଭାରତରେ ଲଞ୍ଚ ହେବ ବୋଲି ସୂଚନା ମିଳିଛି।

ଦିପାବଳୀକୁ ଦୃଷ୍ଟିରେ ରଖି ‘ରେଡ୍‌ମି ନୋଟ୍‌ ୮ ପ୍ରୋ’କୁ ଭାରତରେ ଲଞ୍ଚ କରିବା ପାଇଁ କମ୍ପାନି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କାହିଁକି ନାଁ ସାଓମି କମ୍ପାନି ଚଳିତ ଦିପାବଳୀରେ ବୃହତ୍‌ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି। ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ରେ ୬୪ ମେଗାପିକ୍ସେଲର କ୍ୱାଡ୍‌ କ୍ୟାମେରା ସେଟ୍‌-ଅପ୍‌ ଦିଆଯାଇଛି। ଏଥିରେ Samsung GW1 ସେନ୍ସର ବ୍ୟବହାର କରାଯାଇଛି।

ଏହି ସ୍ମାର୍ଟଫୋନରେ ମିଡିଆ ଟେକ୍‌ ହେଲିଓ ଜି୯୦ଟି ପ୍ରୋସେସର ବ୍ୟବହାର କରାଯାଇଛି। ବିଶେଷ କରି ଫଟୋଗ୍ରାଫି ଏବଂ ଗେମିଂ ପାଇଁ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ସ୍ମାର୍ଟଫୋନକୁ ପ୍ରସ୍ତୁତ କରାଯାଇଛି।

‘ରେଡ୍‌ମି ନୋଟ୍‌ ୮ ପ୍ରୋ’ରେ ୬.୫୩ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ ଡିସପ୍ଲେ ମିଳିବ। ଏଥିରେ ୮ଜିବି ରଶମ୍‌ ଏବଂ ୧୨୮ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ଦିଆଯାଇଛି। ସେଲ୍‌ଫି ପାଇଁ ୨୦ ମେଗାପିକ୍ସେଲର ପ୍ରଣ୍ଟ କ୍ୟାମେରା ଦିଆଯାଇଥିବା ବେଳେ ୪,୫୦୦ ଏମ୍‌ଏଏଚ୍‌ର ବଡ଼ ବ୍ୟାଟେରୀ ବ୍ୟାକ୍‌-ଅପ୍‌ ଦିଆଯାଇଛି। ଯାହା ୧୮ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟଯୁକ୍ତ।

Comment