ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରେନ୍‌ରେ ମିଳିବ ଓ୍ୱାଇଫାଇ ସୁବିଧା। ଭାରତରେ ଚାଲୁଥିବା ବିଭିନ୍ନ ଟ୍ରେନରେ ଯାତ୍ରୀମାନେ ମାଗଣାରେ ଇଣ୍ଟରନେଟ୍‌ର ଲାଭ ଉଠାଇ ପାରିବେ। ଆଗାମୀ ଚାରି ପାଞ୍ଚ ବର୍ଷ ମଧ୍ୟରେ ଏହି ସୁବିଧା ସାରା ଦେଶରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ରେଳବିଭାଗ।

ବର୍ତ୍ତମାନ ଦେଶର ୫୧୫୦ଟି ରେଳ ଷ୍ଟେସନରେ ମାଗଣା ୱାଇଫାଇ ସୁବିଧା ମିଳିପାରୁଛି। ଖୁବଶୀଘ୍ର ଦେଶର ସମସ୍ତ ଷ୍ଟେସନରେ ଏହି ସୁବିଧା ଯୋଗାଇବାକୁ ରେଳବିଭାଗ ଯୋଜନା କରିଛି।

ତେବେ ଟ୍ରେନ ଭିତରେ ୱାଇଫାଇ ଯୋଗାଇବାକୁ ନେଇ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ, ଏହି ସୁବିଧା ଟ୍ରେନମାନଙ୍କରେ ଆରମ୍ଭ କରିବାକୁ ହେଲେ ଆମକୁ ବିଦେଶୀ ଜ୍ଞାନକୌଶଳ ଆପଣେଇବାକୁ ପଡ଼ିବ। ଟ୍ରେନ ଲାଇନ୍ କଡ଼ରେ ଟାୱାର ଖୁଣ୍ଟି ଲଗାଇବା ସହ ଟ୍ରେନ ଭିତରେ ମଧ୍ୟ ଅନେକ ଯନ୍ତ୍ରାଂଶ ମଧ୍ୟ ଲଗାଇବାକୁ ପଡ଼ିବ। ତେଣୁ ଏଥିପାଇଁ ଅଧିକ ପରିମାଣର ଟଙ୍କା ମଧ୍ୟ ଆବଶ୍ୟକ ହେବ।

ତେଣୁ ଏହି ସୁବିଧା ଆଗାମୀ ଚାରି ପାଞ୍ଚ ବର୍ଷରେ ଯାତ୍ରୀମାନଙ୍କୁ ଯୋଗାଇବାକୁ ରେଳବିଭାଗ ଲକ୍ଷ୍ୟ ରଖିଛି।

Comment