ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଜବାହର ଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟରେ ପୁଣିଥରେ ହିଂସା ଦେଖାଦେଇଛି। ରବିବାର ବିଳମ୍ବିତ ରାତିରେ କିଛି ମୁଖାପିନ୍ଧା ବ୍ୟକ୍ତି କ୍ୟାମ୍ପସ୍‌ ଭିତରେ ପ୍ରବେଶ କରି ଛାତ୍ର ତଥା ଶିକ୍ଷକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜେଏନ୍‌ୟୁ ଛାତ୍ରସଙ୍ଘର ସଭାପତି ଆଇଶୀ ଘୋଷଙ୍କ ସହିତ ପାଖାପାଖି ୧୨ଜଣ ଆହତ ହୋଇଛନ୍ତି।

ଏନେଇ ଜେଏନ୍‌ୟୁର ଅନେକ ଛାତ୍ର ଦିଲ୍ଲୀ ପୋଲିସ୍‌ ନିକଟରେ ମାମଲା ରୁଜୁ କରିଛନ୍ତି। ପୋଲିସ୍‌ ସବୁ ଏଫ୍‌ଆଇଆର୍‌କୁ ଯୋଡ଼ି ଗୋଟିଏ କେସ୍‌ ଫାଇଲ୍‌ କରିଛି। ପୋଲିସ୍‌ କିଛି ଆକ୍ରମଣକାରୀଙ୍କୁ ଚିହ୍ନଟ ମଧ୍ୟ କରିଛି। କ୍ୟାମ୍ପସରେ ଲାଗିଥିବା ସିସିଟିଭି ଫୁଟେଜ୍‌ ପାଇଁ ପୋଲିସ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛି। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ପୂରା ମାମଲାକୁ କ୍ରାଇମ୍‌ବ୍ରାଞ୍ଚ୍‌ ହାତରେ ଦିଆଯାଇଛି। ଜେଏନ୍‌ୟୁରେ ହୋଇଥିବା ହିଂସା ପରେ ଛାତ୍ର ଏବଂ ଶିକ୍ଷକଙ୍କ ଏକ ପ୍ରତିନିଧିମଣ୍ଡଳ ସହ ଦିଲ୍ଲୀ ପୋଲିସର ପିଆର୍‌ଓ ଏମ୍‌.ଏସ୍‌ ରନ୍ଧାୱା ବୈଠକ ଡାକିଛନ୍ତି। ତେବେ ବିଳମ୍ବିତ ରାତିରେ କାହିଁକି ଆକ୍ରମଣ ହେଲା? ଏହା ପଛରେ କାହାର ହାତ ଅଛି? ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment