ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଆମାଜନ ଡଟ୍ ଇନ୍‌ ଓ୍ଵେବସାଇଟ୍‌ରେ ଉପଲବ୍ଧ ହେବ ଡାବର ଅର୍ଗାନିକ ମହୁ। ଏଥିପାଇଁ  ଆୟୁର୍ବେଦିକ କମ୍ପାନି ଡାବର ଇଣ୍ଡିଆ ଲିମିଟେଡ୍, ଆମାଜନ ଇଣ୍ଡିଆ ମଧ୍ୟରେ ବୁଝାମଣା ହୋଇଛି । ଏ ବାବଦରେ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଡାବର ଅର୍ଗାନିକ ମହୁରେ କୌଣସି ରାସାୟନିକ ପଦାର୍ଥ ମିଶ୍ରିତ କରାଯାଇ ନଥିବା ସହ ଏହା କେବଳ ମହୁମାଛିଙ୍କ ଦ୍ୱାରା ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏଥିରେ ପୋଷକତତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ ଭରପୁର ମାତ୍ରାରେ ରହିଛି।

“ଖାଦ୍ୟଗ୍ରହଣ କ୍ଷେତ୍ରରେ ପ୍ରାକୃତିକ ଉତ୍ପାଦର ଚାହିଦା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଯେଉଁମାନେ ଏଭଳି ଜୀବନଶୈଳୀଙ୍କୁ ପସନ୍ଦ କରିଥାନ୍ତି, ସେମାନେ ନିଶ୍ଚିତ ଭାବେ ଡାବର ଅର୍ଗାନିକ୍ ମହୁକୁ ନିଜର ଦୈନଦିନ କାର୍ଯ୍ୟରେ ବ୍ୟବହାର କରିବାକୁ ଚାହିଁବେ। ଏହାର ପ୍ରକ୍ରିୟାକରଣ ବା ପାଷ୍ଟରାଇଜ୍ କରାଯାଇ ନାହିଁ। କେବଳ ଏଥିରୁ ଅଦରକାରୀ ପଦାର୍ଥ ବାହାର କରିବା ଲାଗି ଏହାକୁ ଛଣା ଯାଇଛି। ଆମାଜନ ସହିତ ମିଳିତ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଏଣିକି ଗ୍ରାହକ ବିଶ୍ୱର ଏକ ନମ୍ବର ମହୁ ବ୍ରାଣ୍ଡ ଦ୍ୱାରା ଡାବର ମହୁ ସହଜରେ ପାଇପାରିବେ”, କହିଛନ୍ତି ଡାବର ଇଣ୍ଡିଆ ଲିମିଟେଡର ହେଲଥ୍ ସପ୍ଲିମେଣ୍ଟ ମାର୍କେଟିଂ ମୁଖ୍ୟ ପ୍ରଶାନ୍ତ ଅଗ୍ରୱାଲ।

“ଆମାଜନ ଡଟ୍ ଇନ୍ ଦ୍ୱାରା ଏଣିକି ଗ୍ରାହକ ସହଜରେ ବିଶ୍ୱସନୀୟ ବ୍ରାଣ୍ଡ ଡାବର ଅର୍ଗାନିକ୍ ମହୁ ପାଇପାରିବେ। ଏହାଦ୍ୱାରା ଆମେ ଆମର ପୋର୍ଟଫୋଲିଓକୁ ଅଧିକ ସୁଦୃଢ଼ କରିବାକୁ ଚାହୁଁଛୁ। ଆମେ ଏହା ମାଧ୍ୟମରେ ଗ୍ରାହକଙ୍କୁ ଶ୍ରେଷ୍ଠତମ ସପିଙ୍ଗ୍ ଅଭିଜ୍ଞତା ପ୍ରଦାନ କରିବାର ଯୋଜନା ରଖିଛୁ”, କହିଛନ୍ତି ଆମାଜନ ଇଣ୍ଡିଆର କ୍ୟାଟାଗୋରୀ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ସୌରଭ ଶ୍ରୀବାସ୍ତବ।

ସେହିପରି ଡାବର ଇଣ୍ଡିଆ ଇ-କମର୍ସ ବିଜ୍‌ନେସ୍ ମୁଖ୍ୟ ସ୍ମେର୍ଥ ଖାନ୍ନା କହିଛନ୍ତି ଯେ,ଏବେ ଭାରତର ଗ୍ରାହକମାନେ ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣେଇବା ପାଇଁ ଅର୍ଗାନିକ୍ ଖାଦ୍ୟ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି। ଏପରିସ୍ଥଳେ ଆମେ ୧୦୦ ପ୍ରତିଶତ ବିଶୁଦ୍ଧ ଏବଂ ପ୍ରାକୃତିକ ଡାବର ଅର୍ଗାନିକ୍ ମହୁ ଗ୍ରାହକଙ୍କୁ ଯୋଗାଇ ଦେବୁ। ଏଥିରେ କୌଣସି ଅପମିଶ୍ରଣ କରାଯାଇ ନାହିଁ। ଏଣିକି ଆମାଜନ୍‌ରେ ୩୦୦ ଗ୍ରାମ୍ ମହୁ ୨୩୫ ଟଙ୍କାରେ ଉପଲବ୍ଧ ହେବ।

ଡାବର ଇଣ୍ଡିଆ ଭାରତର ଏକ ଅଗ୍ରଣୀ ଏଫ୍ଏମ୍ସିଜି କମ୍ପାନି। ଗୁଣବତା ଉତ୍ପାଦ ପ୍ରସ୍ତୁତିରେ ଏହାର ୧୩୬ ବର୍ଷର ଅଭିଜ୍ଞତା ରହିଛି। ଏହା ଭାରତର ଏକ ବିଶ୍ୱସନୀୟ ତଥା ବିଶ୍ୱର ବୃହତ୍ ଆୟୁର୍ବେଦିକ ଏବଂ ନାଚ୍ୟୁରାଲ ହେଲଥ୍ କେୟାର କମ୍ପାନି ଅଟେ। ଡାବର ବ୍ରାଣ୍ଡର ଡାବର ଚେୱନପ୍ରାଶ୍, ଡାବର ମହୁ, ଡାବର ଲାଲ୍ ତେଲ, ଡାବର ହନିଟସ୍, ଡାବର ପୁଦିନହରା, ଡାବର ରେଡ୍ ପେଷ୍ଟ, ଡାବର ଆମଲା ହେୟାର ଅଏଲ୍, ବାଟିକା ଏବଂ ରିୟଲ ଫ୍ରୁଟ୍ ଜୁସ୍ ଆଦି ୯ଟି ଉତ୍ପାଦ ବେଶ୍ ଲୋକପ୍ରିୟ ହୋଇପାରିଛି।

ସେହିପରି ଆମାଜନ ଡଟ୍ ଇନ୍ ଆମାଜନ ସେଲର ସର୍ଭିସ୍ ପ୍ରାଇଭେଟ୍ ଲିଃ. ଦ୍ୱାରା ପରିଚାଳିତ। ଏହା ଅନ୍‌ଲାଇନ୍‌ରେ ଗ୍ରାହକ ଉପଯୋଗୀ ଉତ୍ପାଦ ଯୋଗାଇ ଦେଇଥାଏ। ଏଠାରେ ପ୍ରାୟ ସମସ୍ତ ବର୍ଗର ସାମଗ୍ରୀ ରହିଛି। ସେହିପରି ସାମଗ୍ରୀର ମୂଲ୍ୟ ମଧ୍ୟ ଅପେକ୍ଷାକୃତ କମ ରହିଥାଏ। ଏହାସହିତ ଶୀଘ୍ର ଡେଲିଭରୀ ଏବଂ ବିଶ୍ୱାସନୀୟ ଭାବେ ଆମାଜନ ଗ୍ରାହକଙ୍କ ପାଖରେ ସମାଗ୍ରୀ ପହଞ୍ଚାଇ ବିଶ୍ୱ ସ୍ତରୀୟ ଇ-କମର୍ସ ବଜାର ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛି।

LEAVE A REPLY

Please enter your comment!
Please enter your name here