ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବା ପାଇଁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

ଆହୁରି ୨୪ ଘଣ୍ଟା ଶୀତ, ଭୁବନେଶ୍ୱରରେ ପାରଦ ୧୦ ଡିଗ୍ରୀ ତଳେ

ଓଡ଼ିଶାରେ ଆହୁରି ୨୪ ଘଣ୍ଟା ଜାରି ରହିବ ଶୀତ। ଭୁବନେଶ୍ୱର, ଅନଗୁଳ ଓ ଟିଟିଲାଗଡ଼ରେ ଶୀତ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ନୂଆ ବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମନେଲେ ୬୯ ହଜାର ଶିଶୁ

ନୂଆବର୍ଷର ପ୍ରଥମ ଦିନରେ ସବୁଠୁ ଅଧିକ ଶିଶୁ ଜନ୍ମ ନେବାରେ ଭାରତ ପ୍ରଥମ। ନବବର୍ଷ ଅର୍ଥାତ ଜାନୁଆରୀ ୧ରେ ଭାରତରେ ଜନ୍ମ ନେଇଛନ୍ତି ପାଖାପାଖି ୬୯ ହଜାର ୯୪୪ ଶିଶୁ ଜନ୍ମ ନେଇଛନ୍ତି।

ସାବରିମାଲାରେ ଭଙ୍ଗ ହେଲା ପରମ୍ପରା, ବିଳମ୍ବିତ ରାତିରେ ଆୟାପ୍ପାଙ୍କ ଦର୍ଶନ କଲେ ୨ ମହିଳା

କେରଳର ସାବରିମାଲା ମନ୍ଦିରରେ ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା। ସାବରିମାଲା ମନ୍ଦିରରେ ପ୍ରବେଶ କଲେ ୨ ମହିଳା। ଏହା ଇତିହାସରେ ପ୍ରଥମ ଥର ପାଇଁ ହୋଇଛି।

ବ୍ୟାଙ୍କରୁ ଟଙ୍କା ଲୁଟିନେଲେ ଡକାୟତ

ବାଲେଶ୍ୱର ଜିଲ୍ଲାରେ ବ୍ୟାଙ୍କ ଡକାୟତି ହୋଇଛି। ସୂଚନାନୁସାରେ ପରଖି ସ୍ଥିତ ଥିବା ଏକ ଆହ୍ଲାବାଦ ବ୍ୟାଙ୍କରରେ ବିଳମ୍ବିତ ରାତିରେ ଡକାୟତି ହୋଇଛି। ତେବେ ବ୍ୟାଙ୍କରୁ କଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।

୨୦୧୯ରେ ନବୀନ ନୁହେଁ ମମତା ହେବେ ‘କିଙ୍ଗମେକର’

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କ ପାଇଁ ୨୦୧୮ ବର୍ଷଟି ଏକ ମିଶ୍ରିତ ଉପଲବ୍ଧି ଥିଲା। ଗୋଟିଏ ପଟେ ଦେଶର ରାଜନୀତିରେ ତାଙ୍କ ଦବଦବା ବଢ଼ିଥିବା ବେଳେ ନିଜ ରାଜ୍ୟରେ ବିଜେପିର ଉତ୍‌ଥାନରେ ମମତାଙ୍କ ରାଜନୀତି କିଞ୍ଚିତ ଫିକା ପଡ଼ିଯାଇଥିଲା।

ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର କମିବ: ଧର୍ମେନ୍ଦ୍ର ପ୍ରଧାନ

ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆଗମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର କମିବ। ଯାହାଦ୍ୱାରା ସାଧାରଣ ଲୋକ ଉପକୃତ ହୋଇପାରିବେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସରକାର ତେଲ ଦର କମାଇବା ଲାଗି ରିଫାଇନାରୀର କ୍ଷମତା ବଢାଇବାକୁ ଉଦ୍ୟମ କରୁଛନ୍ତି।

ମାଟି ଓ ପାର୍ଟି ଭିତରୁ ମୁଁ ମାଟିକୁ ବାଛିଛି: ଦିଲ୍ଲୀପ ରାୟ

ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେବା ପରେ ରାଉରକେଲା ଗସ୍ତ କରିଛନ୍ତି ଦିଲ୍ଲୀପ ରାୟ। ଦିଲ୍ଲୀପ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିବା ସହ ଲେଖିଛନ୍ତି କି ବିଧାୟକ ପଦରୁ ଇସ୍ତଫା ଦେବା ମୋ ପାଇଁ କଷ୍ଟଦାୟକ ଥିଲା।

ସୀମାରେ ଭାରତୀୟ ସେନା କଠିନ ପରିସ୍ଥିତର ସାମ୍ନା କରୁଛି: ବିପିନ ରାୱତ

ସେନା ପ୍ରମୁଖ ଜେନେରାଲ ବିପିନ ରାୱତ କହିଛନ୍ତି  ଭାରତୀୟ ସେନା ସୀମାରେ କଠିନ ପରିସ୍ଥିତିର ସାମ୍ନା କରୁଛି। ଏହା ସହିତ ଶ୍ରୀ ରାୱତ କହିଛନ୍ତି ସୀମାରେ ଭାରତ ଆଗରେ ଅନେକ ଚ୍ୟାଲେଞ୍ଜ ଅଛି। ଦେଶର କ୍ଷେତ୍ରୀୟ ଅଖଣ୍ଡତା ଓ ସ୍ଥିରତା ପାଇଁ ବିପଦ ଅଛି।

ପରଲୋକରେ ସଚିନଙ୍କ କୋଚ୍ ରମାକାନ୍ତ ଆଚରେକର

କ୍ରିକେଟର ଭଗବାନ କୁହାଯାଉଥିବା ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ମୁମ୍ବାଇରେ ପରଲୋକ ହୋଇଛି। ବୁଧବାର ସଂଧ୍ୟା ସାଢ଼େ ୬ଟା ସମୟରେ ୮୭ ବର୍ଷ ବୟସରେ ରମାକାନ୍ତଙ୍କ ପରଲୋକ ହୋଇଛି।

୩ ବ୍ୟାଙ୍କର ମିଶ୍ରଣ – ବ୍ୟାଙ୍କ ଅଫ ବରୋଦା ସହ ମିଶିଲେ ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କ

ବ୍ୟାଙ୍କ ଅଫ ବରୋଦାରେ ମିଶିଲେ ଆଉ ୨ ବ୍ୟାଙ୍କ। ବୁଧବାର ବ୍ୟାଙ୍କର ଏହି ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି। ବ୍ୟାଙ୍କ୍‌ ଅଫ ବରୋଦାରେ ମିଶିଲା ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କ। ଏହା ସହ ବ୍ୟାଙ୍କ୍‌ ଅଫ ବରୋଦା ହୋଇଛି ଭାରତରେ ତୃତୀୟ ବଡ଼ ପବ୍ଲିକ ସେକ୍ଟର ବ୍ୟାଙ୍କ। ଏପ୍ରିଲ୧ରୁ ଏହା କାର୍ଯ୍ୟକାରୀ ହେବ।

କେନ୍ଦ୍ରାପଡ଼ା ମହାନଦୀ ମୁହାଣରେ ଡଙ୍ଗାବୁଡ଼ି – ୧ମୃତ, ୮ନିଖୋଜ

କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣରେ ଘଟିଛି ଏକ ଅଘଟଣ। ବୁଧବାର ପିକ୍‌ନିକ୍‌ ସାରି ଫେରୁଥିବା ସମୟରେ ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି ଓ ୮ଜଣ ନିଖୋଜ ଅଛନ୍ତି।

Comment