ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

Election Update 7PM

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଲାଗି ପ୍ରାର୍ଥୀ ଦେଲା ବିଜେପି, ଜାଣନ୍ତୁ କିଏ କେଉଁଠି?

ବିଜେପି ଘୋଷଣା କରିଛି ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା।

ଲୋକସଭା

୧. ଜଗତସିଂହପୁର – ବିଭୁ ପ୍ରସାଦ ତରାଇ

ବିଧାନସଭା

୧. କାକଟପୁର – ରବି ମଲ୍ଲିକ

୨. କେନ୍ଦ୍ରପଡ଼ା – ସୁନାକର ବେହେରା

ସତ୍ୟବାଦୀ ବକୁ ଗାଁରେ ସମ୍ବିତ ପାତ୍ର ପୋଖରୀରେ ବୁଡ଼ ପକାଇ ଆରମ୍ଭ କଲେ ପ୍ରଚାର

ସମ୍ବିତଙ୍କୁ ବିଜେପି ପ୍ରାର୍ଥୀ କରିବା ପରଠୁ ସେ ପୁରୀ ଲୋକସଭା ଅଧୀନରେ ଆସୁଥିବା ସବୁ ବ୍ଲକ ସବୁ ଗାଁକୁ ଗସ୍ତ କରୁଛନ୍ତି। ଲୋକଙ୍କ ସମସ୍ୟା ବାବଦରେ ବୁଝୁଛନ୍ତି। ଶନିବାର ସତ୍ୟବାଦୀ ଅନ୍ତର୍ଗତ ବକୁ ଗାଁରେ ଥିବା ପୋଖରୀରେ ଗାଧୋଇ ସେ ତାଙ୍କ ପ୍ରଚାର ଆରମ୍ଭ କରିଥିଲେ।

ଦଳରୁ ଇସ୍ତଫା ଦେଲେ ପାରଦୀପ କଂଗ୍ରେସ ନେତା ପ୍ରମୋଦ ଜେନା

ପାରାଦୀପ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା। ଶନିବାର ପାରଦୀପ କଂଗ୍ରେସ ନେତା ପ୍ରମୋଦ ଜେନା ଦଳୀୟ କର୍ମୀଙ୍କ ସହ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବର୍ତ୍ତମାନ ବିପଥଗାମୀ ହେଉଥିବା ଅଭିଯୋଗ କରି ଦଳର ପ୍ରାଥମିକ ସଦସ୍ୟରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ନିଜ ଇସ୍ତଫା ପତ୍ରକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ନବରଙ୍ଗପୁର ସଭାରେ ମୋଦିଙ୍କୁ ନବୀନଙ୍କ ମାରାଥନ ପ୍ରଶ୍ନ

ନବରଙ୍ଗପୁରରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ସଭାପତି ଜନସଭାକୁ ସମ୍ବୋଧିତ କରିବା ବେଳେ ବିଜେପିକୁ ଟାର୍ଗେଟ କରିବା ସହ ଅନେକ ପ୍ରଶ୍ନ ପଚାରିଛନ୍ତି ବିଜେଡି ସଭାପତି।

ନବୀନ ପ୍ରଶ୍ନ କରିଛନ୍ତି କି, “ଧାନର ସହାୟକ ମୂଲ୍ୟ ୨ଗୁଣ କରିବା କଥା କୁଆଡ଼େ ଗଲା? ନବରଙ୍ଗପୁରରେ ନୂଆ ରେଳଲାଇନ୍‌ ତିଆରି କଥା କୁଆଡ଼େ ଗଲା? ମହାନଦୀ ପ୍ରସଙ୍ଗର ସମାଧାନ ହେଲା ନାହିଁ। ଚାଷୀ ବୀମାରେ କାହିଁକି ପରିବର୍ତ୍ତନ କରାଗଲା ନାହିଁ?”

 

‘କାଳିଆ’ ଯୋଜନାରେ ଜଣେ ବି ଚାଷୀ ବଞ୍ଚିତ ହେବେନାହିଁ : ନବୀନ

ବିଜେଡିର ଷ୍ଟାର ପ୍ରଚାରକ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନୀ ପ୍ରଚାର ଲାଗି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘରରେ ଆୟୋଜିତ ସନସଭାକୁ ସମ୍ବୋଧିତ କରିଥିଲେ ବିଜେଡି ସଭାପତି। ଏଠାରେ ସେ ବିଜେଡିକୁ ଭୋଟ ଦେବା ଲାଗି କହିଛନ୍ତି।

“୨୦୧୯ ନିର୍ବାଚନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ”

ନିର୍ବାଚନ ତାରିଖ ଘୋଷଣା ପରେ ମୋଦି ତୃତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି। ସୁନ୍ଦରଗଡ଼ର ରୂପିଡିହ ସାଧାରଣ ସଭାରେ ଯୋଗ ଦେଇ ମୋଦି ଉଦବୋଧନ ଆରମ୍ଭ କରିବା ପୂର୍ବରୁ ରାଜ୍ୟବସୀଙ୍କୁ ନବରାତ୍ରର ଶୁଭେଚ୍ଛା ଜଣାଇଛନ୍ତି।

“ସୁନ୍ଦରଗଡ଼ରେ ଏ ଜନସମୁଦ୍ର ଦେଖି ମୁଁ ଅଭିଭୂତ। ଦେଶ ସୁରକ୍ଷାରେ ଲାଗିଥିବା ଓଡ଼ିଶାର ସବୁ ଯବାନଙ୍କୁ ମୋର ପ୍ରଣାମ।  ଆପଣଙ୍କ ଆଶୀର୍ବାଦ ମୁଁ ଭୁଲି ପାରିବିନାହିଁ। ପ୍ରଧାନମନ୍ତ୍ରୀ ନୁହେଁ ପ୍ରଧାନସେବକ ସୁନ୍ଦରଗଡ଼ ଆସିଛି”, ସୁନ୍ଦରଗଡ଼ରେ କହିଛନ୍ତି ମୋଦି।

 

ହାତ ଧରିଲେ ଶତ୍ରୁଘ୍ନ

ପାଟନାର ସାହିବରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଶତ୍ରୁଘ୍ନ କିଛିଦିନ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଯାହାପରେ ସେ ଘୋଷଣା କରିଥିଲେ କି ଏପ୍ରିଲ ୬ରେ କଂଗ୍ରେସରେ ସାମିଲ ହେବେ।

ଏପ୍ରିଲ ୭ରେ ବିଜେପି ଜାରି କରିବ ଇସ୍ତାହାର ପତ୍ର

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ଏକ ସପ୍ତାହ ରହିଛି। ରାଜନୈତିକ ଦଳଗୁଡ଼ିକ ଏଥିପାଇଁ ପ୍ରଚାର ଜୋର କରିଲେଣି। ଏହି ମଧ୍ୟରେ ଖବର ଆସୁଛି ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଏପ୍ରିଲ ୭ରେ ଇସ୍ତାହାର ପତ୍ର ଘୋଷଣା କରିବ। ମିଡିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପି ଇସ୍ତାହାର ଘୋଷଣା କରିବ। ବିଜେପିର ଇସ୍ତାହାର ପତ୍ର ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି। ବିଜେପିର ଇସ୍ତାହାରରେ କ’ଣ ରହିବ? ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ସମ୍ବଲପୁର ଲୋକସଭା ଆସନରେ ତିନି ନୂଆ ମୁହଁ – କିଏ ଜିତିବ ଭୋଟରଙ୍କ ବିଶ୍ୱାସ?

ଖଣ୍ଡପଡ଼ା ରାଜନୀତି, ଯେଉଁଠି ପ୍ରତି ନିର୍ବାଚନରେ ବଦଳନ୍ତି ପ୍ରାର୍ଥୀ!

ବିଜେଡିକୁ ଢଳୁଛନ୍ତି ଦିଲ୍ଲୀପ ରାୟ!

ମନ୍ତ୍ରିମଣ୍ଡଳରୁ ବିଦା ହୋଇ ନଥିଲି, ସ୍ୱ ଇଚ୍ଛାରେ ଅବ୍ୟାହତି ନେଇଥିଲି – ଅରୁଣ

ଖଣ୍ଡପଡ଼ାରେ ଏଥର ଖାତା ଖୋଲି ପାରିବେ କି ସୌମ୍ୟରଞ୍ଜନ?

ଭୋଟ୍‌ ପରିଚୟପତ୍ର ନଥିଲେ କେମିତି ଦେବେ ଭୋଟ୍‌?

Comment